ପୁରୀ ଚନ୍ଦନପୁର ବଜାରରେ ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ବୋମାମାଡ଼

42

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଚନ୍ଦନପୁର ବଜାରରେ ବୋମାମାଡ଼। ସିମେଣ୍ଟ ବ୍ୟବସାୟୀ ନିରଞ୍ଜନ ସାହୁଙ୍କ ଗୋଦାମ ଉପରକୁ ହୋଇଚି ବୋମାମାଡ଼। ବୋମାମାଡ କରି ଦୃର୍ବୁତ୍ତ ଖସି ଯାଉଥିବାବେଳେ ସ୍ଥାନୀୟ ଲୋକେ କଲେ କାବୁ କରି ପୋଲିସ୍ କୁ ଦେଲେ ଜିମା। ତେବେ ବୋମାମାଡ କରିଥିବା ଦୃର୍ବୁତ୍ତ ଏକ ବାଇକ୍ ରେ ଖସି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଆହତ ହେଇଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ୍ ଧରି ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଚି। ଚନ୍ଦନପୁର ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ ହୋଇଚି ନା ଦାଦା ବଟି ମାଗିବାକୁ ନେଇ ବୋମାମାଡ ହୋଇଚି ତାହା ପୋଲିସ୍ ତଦନ୍ତ କରୁଚି। ତେବେ ଗତ କିଛିଦିନ ହେବ ଚନ୍ଦନପୁର ଅଞ୍ଚଳ ରେ କିଛି ଦୁର୍ବୃତ୍ତଙ୍କ ଆତଙ୍କରାଜ ବଢିବାରେ ଲାଗିଛି। ପୁର୍ବ ଶତୃତା, ଦାଦାବଟି କୁ ନେଇ ଦୁର୍ବୃତ୍ତ ମାନେ ବିଭିନ୍ନ ବ୍ୟକ୍ତି ଙ୍କୁ ବୋମାମାଡ କରି ଭୟଭୀତ କରାଉଛନ୍ତି। ଏଭଳି ସ୍ଥିତିକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଆଗକୁ ସଧାରଣ ନିର୍ବାଚନ ଥିବା ବେଳେ ଚନ୍ଦନପୁର ଅଞ୍ଚଳରେ ଅପରାଧି ମାନେ ଖୁଲମଖୁଲା ଆତଙ୍କରାଜ କରିବା ସଧାରଣ ରେ ଚିନ୍ତା ବଢିବାରେ ଲାଗିଚି। ତୁରନ୍ତ ପୁରୀ ପୋଲିସ୍ ଅପରାଧିଙ୍କୁ ଦୃଢ଼ ହସ୍ତରେ ଦମନ କରି ପୁରୀ ସହର ଓ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ସ୍ଵତନ୍ତ୍ର ଦୃଷ୍ଟିକୁ ଦେବାକୁ ଦାବୀ ହେଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More