ପୁରୀରେ ଏକ ଦୋକାନ ଉପରେ ବୋମାମାଡ

234

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀରେ ଏକ ଦୋକାନ ଉପରେ ହେଇଛି ବୋମାମାଡ । ଗତକାଲି ରାତି 11 ଟାରେ ପେଣ୍ଠକଟା ମେରାଇନ୍ ଥାନା ଅନ୍ତର୍ଗତ ଭୁଦାନ ଛକରେ ଏକ ବାଇକ୍ ୱର୍କସପରେ ବୋମାମାଡ଼ ହୋଇଛି । ଏହି ବୋମାମାଡ଼ରେ ବାଇକ୍ ଗ୍ୟାରେଜରେ କାର୍ଯ୍ୟ କରୁଥିବା 2 ଜଣ କର୍ମଚାରି ଆହତ ହୋଇ ପୁରୀ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହେଇଛନ୍ତି। ସୂଚନା ଅନୁଯାୟୀ ଶୁକ୍ରବାର ରାତି ୧୧ ଟାରେ ଜଣେ ଯୁବକ ବୋମାମାଡ଼ କରିଥିବା ପୁଲିସ କହିଛି। ୱାର୍କସପ୍ ମାଲିକ ବାଲିଘାଟର ସୁବ୍ରତ ଦକ୍ଷିତଙ୍କ ଏତଲାକ୍ରମେ ପୁଲିସ ମାମଲା ରୁଜୁ ତଦନ୍ତ କରୁଚି। ଏହି ବୋମାମାଡ଼ରେ ୱାର୍କସପ ଦୁଇ କର୍ମଚାରୀ ଅଭିଜିତ ଚିନ୍ନରା ଓ ଗୁନା ନାୟକ ଆହତ ହୋଇଛନ୍ତି । ତେବେ ପୋଲିସର ସୁଚନା ଅନୁଯାୟୀ ବୋମାମାଡ କରିଥିବା ଯୁବକ କିଛି ଦିନ ତଳେ ତାଂକ ବାଇକ ମରାମତି କରିଥଲେ। ତେବେ ବାକି ଟଙ୍କା ଗ୍ୟାରେଜ ମାଲିକ ମାଗିବାକୁ ନେଇ ଝଗଡ଼ା ହୋଇଥଲା। ଏହି ଘଟଣାକୁ ନେଇ ବୋମାମାଡ ହେଇଛି। ତେବେ ବୋମାମାଡ ଘଟଣା ପଛରେ ଆଉ କିଛି କାରଣ ରହିଚି କି ନାହିଁ ସେ ନେଇ ପୋଲିସ୍ ତଦନ୍ତ କରୁଚି। ସେପଟେ ପୁରୀ ରେ କଥା କଥା ରେ ବୋମାମାଡ ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହେଇଛି। ଅପରାଧିଙ୍କ ଉପରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହେଇଛି। ଆଗକୁ ସଧାରଣ ନିର୍ବାଚନ ଥିବା ବେଳେ ଅପରାଧୀ ମାନଙ୍କ ଉପରେ ପୋଲିସ୍ କଡ଼ା ପଦକ୍ଷେପ ନେବାକୁ ଦାବୀ ହେଇଛି। ନହେଲେ ପୁରୀରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହେବାର ଆଶଙ୍କା ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More