ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ, ଶ୍ରୀମନ୍ଦିରକୁ ପ୍ରବେଶ କଲେ ବିଦେଶୀ ପର୍ଯ୍ୟଟକ

109

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁଣି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ପଦାରେ ପଡ଼ିଲା ଶ୍ରୀମନ୍ଦିର ସୁରକ୍ଷାକର୍ମୀଙ୍କ ଅବହେଳା। ଗତ କିଛିଦିନ ପୂର୍ବରୁ ଜଣେ ବିଦେଶୀ ଶ୍ରୀମନ୍ଦିରରେ ପ୍ରବେଶ କରିଥିବା ବେଳେ ଆଜି ପୁନର୍ବାର ଶ୍ରୀମନ୍ଦିର ଭିତରେ ଜଣେ ବିଦେଶୀ ପର୍ଯ୍ୟଟକ ପ୍ରବେଶ କରିଛନ୍ତି। ସମ୍ପୃକ୍ତ ବିଦେଶୀ ଜଣକ ଶ୍ରୀମନ୍ଦିର ବେହରଣ ଦ୍ବାର ଠାରେ ପହଞ୍ଚିଥିବା ବେଳେ ସେଠାରେ ଥିବା ସୁରକ୍ଷା କର୍ମୀ ମାନେ ତାଙ୍କୁ ଅଟକାଇଥିଲେ। ତେବେ ବିଦେଶୀ ଜଣକ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ବିଦେଶୀ ପର୍ଯ୍ୟଟକ ଙ୍କୁ ପୋଲିସ ଟାଉନ ଥାନା ରେ ଅଟକ ରଖି ପଚରା ଉଚୁରା କରୁଛି। ହେଲେ ବିଦେଶୀ ପର୍ଯ୍ୟଟକ ଜଣକ ଥାନା ଭିତରେ ଭଙ୍ଗାରୁଜା କରିଥିବା ଜଣାପଡିଛି। ବିଦେଶୀ ପର୍ଯ୍ୟଟକ ଜଣଙ୍କ ୟୁନାଇଟେଡ଼ କିଙ୍ଗଡମ ର କ୍ରେଗ୍ ସେଲଡନ୍ ବୋଲି ଜଣାପଡିଛି। ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଶ୍ରୀମନ୍ଦିର ଚାରି ଦ୍ବାର ରେ କଡ଼ା ସୁରକ୍ଷା ସତ୍ତ୍ୱେ ଏହି ବିଦେଶୀ ଜଣକ ଶ୍ରୀମନ୍ଦିର ଭିତରକୁ କିଭଳି ପ୍ରବେଶ କଲେ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସେପଟେ ଥାନାରେ ଅଟକ ଥିବା ବିଦେଶୀ ନାଗରିକ ଜଣକ ଆଜି ସକାଳେ ନିଶାଗ୍ରସ୍ତ ଅବସ୍ଥାରେ ସ୍ବର୍ଗଦ୍ବାର ଠାରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ଏନେଇ ସମୁଦ୍ରକୂଳ ଥାନା ପୋଲିସ ତାଙ୍କୁ ଉଦ୍ଧାର କରି ଥାନାକୁ ଆଣି ପଚରା ଉଚୁରା କରିବା ପରେ ଛାଡ଼ି ଦେଇଥିଲା। ପରେ ବିଦେଶୀ ପର୍ଯ୍ୟଟକ ଜଣକ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ସହ ଟାଉନ ଥାନାରେ ଭଙ୍ଗାରୁଜା ମଧ୍ୟ କରିଥିବା ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More