ପାଞ୍ଚ ଲୁଟେରାଙ୍କୁ ଧରିବାରେ ସଫଳ ହେଲା ଡେରାବିଶ୍ ପୋଲିସ

34

Get real time updates directly on you device, subscribe now.

ଡେରାବିଶ୍(ସଂଘର୍ଷ ମିଡିଆ ) : ଗ୍ରାମାଞ୍ଚଳରେ ମାତିଛନ୍ତି ଡକାୟତି ଦଳ । ମହାମାରୀ କରୋନା ସମୟରେ ଲୁଟେରା ମାନେ ମନ୍ଦିର ପାଖରୁ ଅରମ୍ଭ କରି ସ୍କୁଲ ଓ ଲୋକଙ୍କ ଘରୁ ଚୋରି କରି ନେଇଯାଉଛନ୍ତି ଜିନିଷ ପତ୍ର । ଏମିତି ଏକ ଅଭାବନୀୟ ଘଟଣା ଦେଖିବକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଡେରାବିଶ୍ ଥାନା ଅଞ୍ଚଳରେ ।ଦୀର୍ଘ ଦୁଇବର୍ଷ ହେବ ଲୁଟେରା ମାନେ ବିଭିନ୍ନ ମନ୍ଦିରରୁ ଅଳଙ୍କାର ଚୋରି କରିବା ଘଟଣା ସ୍ତାନୀୟ ଅଞ୍ଚଳରେ ଚହଳ ପକାଇଥିଲା। ଆଜି ମନ୍ଦିରରୁ ଅଳଙ୍କାର ଚୋରି କରୁଥିବା ଲୁଟେରାଙ୍କୁ ଗିରଫ କରିଛି ଡେରାବିଶ୍ ପୋଲିସ । ସୁନା ରୁପା ଅଳଙ୍କାର ସହିତ ମାଇକ ମେସିନ ଜବତ କରିଛି ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରିଛି ଡେରାବିଶ ପୋଲିସ । ଘଟଣାର ସମ୍ପୃତ ଥିବା ଚାରି ଅଭିଯୁକ୍ତ ଡେରାବିଶ୍ ଅଞ୍ଚଳର ହୋଇଥିବା ବେଳେ ଜଣେ ଅଭିଯୁକ୍ତ କଟକ ଜିଲ୍ଲା ଅସୁରେସ୍ୱର ଅଞ୍ଚଳରେ ବୋଲି ଜଣା ପଡ଼ିଛି ।ଅଭିଯୁକ୍ତ ମାନେ ହେଲେ ଅମୀୟ କୁମାର ଦାସ, ପ୍ରାତାପ କୁମାର କାଣ୍ଡି, ଅଭୟ କୁମାର କାଣ୍ଡି ସୁନାକର କାଣ୍ଡି, ନିରଞ୍ଜନ ବେହେରା ବୋଲି ଡେରାବିଶ ପୋଲିସ ସୂଚନା ଦେଇଛି ।ଡେରାବିଶ୍ ଅଞ୍ଚଳରେ ଚୋରି କୁ ରୋକ ଲଗାଇବା ପାଇଁ ଡେରାବିଶ୍ ପୋଲିସ ସଜାଗ ରହିଥିବା କହିଛନ୍ତି ଡେରାବିଶ ଥାନା ଅଧିକାରୀ ସୁମନ୍ତ କିଷାନ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More