ପଟ୍ଟାମୁଣ୍ଡାଇ (ସଂଘର୍ଷ ମିଡିଆ ) : ନାବାଳିକାକୁ ଗ୍ୟାଙ୍ଗରେଫ୍ କରି ଫେରାର ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ଯୁବକକୁ ୭ବର୍ଷ ପରେ ବାଙ୍ଗାଲୋରରୁ କାବୁ କରିଛି ପଟ୍ଟାମୁଣ୍ଡାଇ ପୋଲିସ l ସୂଚନା ଅନୁଯାଇ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅଳପୁଆ ଅଞ୍ଚଳର ଜୈନିକ ଯୁବକ ଦୁଷ୍ମନ୍ତ ମହାନ୍ତିଙ୍କ ସମେତ କିଛି ଯୁବକ ଏକ ନାବାଳିକାକୁ ବଳାତ୍କାର କରି ଅନ୍ତଃସତ୍ତ୍ଵା କରି ଫେରାର ହୋଇଯାଇଥିବା ପୀଡିତା ଯୁବତୀଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ l ପଟ୍ଟାମୁଣ୍ଡାଇ ପୋଲିସ ୨୦୧୪ମସିହାରେ କେଶ ନମ୍ବର ୨୫୭ ମାମଲା ରୁଜୁ କରିବା ସହ ଭାରତୀୟ ଦଣ୍ଡ ବିଧାନ ଆଇନର ୩୭୬,୩୭୬ ଡି,୨୯୪,୫୦୬,୩୪/୪/୧୪ ପସ୍କୋ ଆକ୍ଟରେ ଦଫା ଲଗାଇ ଘଟଣାର ସଂଶ୍ଲିଷ୍ଟ ଅଭିଯୁକ୍ତମାନଙ୍କୁ ଖୋଜିଆସୁଥିଲା l କିନ୍ତୁ ଅଭିଯୁକ୍ତମାନେ କଲିକତା, ଦିଲ୍ଲୀ, ବାଙ୍ଗାଲୋର ଭଳି ଓଡିଶା ବାହାରେ ବାରମ୍ବାର ଲୋକେସନ ବଦଳାଇବାରୁ ପୋଲିସ ସେମାନଙ୍କୁ ଧରିବାରେ ଅସମର୍ଥ ହୋଇଥିଲେ l ଶେଷରେ ପଟ୍ଟାମୁଣ୍ଡାଇ ଆଇ ଆଇ ସି ରାକେଶ ତ୍ରିପାଠୀ ନିଜେ ଏକ ଟିମ ନେଇ ପାଞ୍ଚ ଦୀନ ପର୍ଯ୍ୟନ୍ତ ଛାନଭିନ କରି ମୁଖ୍ୟ ଅଭିଯୁକ୍ତଙ୍କୁ ବାଙ୍ଗାଲୋରରୁ ଗିରଫ କରିଥିବା ସୁଚନା ମିଳିଛି। ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଡକାଇ କେନ୍ଦ୍ରାପଡ଼ା ଏସପି ସମ୍ବିତ ସମ୍ପଦ ମଡ଼କର ସୂଚନା ଦେବା ସହ ପଟ୍ଟାମୁଣ୍ଡାଇ ଆଇ ଆଇ ସି ରାକେଶ ତ୍ରିପାଠୀ ଓ ତାଙ୍କ ଟିମକୁ ପ୍ରଶଂସା କରିଥିବା ନଜରକୁ ଆସିଛି l ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ sdpo ସନ୍ଧ୍ୟାରାଣୀ ବେହୁରିଆ ଓ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ ତ୍ରିପାଠୀ ଉପସ୍ଥିତ ଥିବା ବେଳେ ସମସ୍ତ ସୁଚନା ଦେଇଛନ୍ତି କେନ୍ଦ୍ରାପଡ଼ା SP ସମ୍ବିଦ ସମ୍ପଦ ମଡକର ।