ନବରଙ୍ଗପୁର(ସଂଘର୍ଷ ମିଡିଆ) ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ରେ ଏକ ବାଇକ ଧକ୍କାରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି l ତାଙ୍କ ନାମ ଅଲେଖ ରନ୍ଧାରୀ, ଘର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା କକଡି ସେମଳା ଗାଁରେ l ସେ କକଡି ସେମଳା ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ l ତାଙ୍କୁ ୫ ନମ୍ବର ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥିଲା ନିର୍ବାଚନ ପାଇଁ ପୋଲିଂ ପାର୍ଟି ସହ ଉମରକୋଟର ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ବୁଥ୍ ନମ୍ବର ୧୯୬ କୁ ଆସିଥିଲେ ଶ୍ରୀ ରନ୍ଧାରୀ l ବସରୁ ଓହ୍ଲାଇ ବୁଥ କୁ ଯିବା ସମୟରେ ତାଙ୍କୁ ପଛ ପଟୁ ଏକ ବାଇକ ଆସି ଧକ୍କା ଦେଇଥିଲା ସେ ରାସ୍ତା ପାର୍ଶ୍ଵକୁ ଛିଟିକି ପଡି ଗୁରୁତର ହୋଇଥିଲେ l ସାଙ୍ଗରେ ଥିବା ଅନ୍ୟ ଅଧିକାରୀ ମାନେ ତୁରନ୍ତ ଶ୍ରୀ ରନ୍ଧାରୀ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା l ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଇକ ଓ ଡି ୧୦ ପି ୯୧୯୨ କୁ ଜବତ କରିଥିଲେ l ବାଇକ ଚାଳକ ଫେରାର ହୋଇଯାଇଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି l ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ପୋଲିସ କହୁଛି ଅନ୍ୟପକ୍ଷରେ ଶ୍ରୀ ରନ୍ଧାରୀଙ୍କ ବିୟୋଗରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଶୋକ ପ୍ରକାଶ କରିଛନ୍ତି l ମୃତକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି l ଏନେଇ ସମସ୍ତ ପ୍ରକ୍ରିୟା ତୁରନ୍ତ କରିବାକୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l