ଦିନ ଦ୍ୱିପ୍ରହରେ ବେକରେ ଛୁରା ଲଗାଇ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ଓ ସୁନା

23

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମକାତୋଟା ମାଆ ମନ୍ଦିର ନିକଟରେ ଥିବା ବିଶ୍ଵନାଥ ନଗରରେ ଚାରି ଜଣ ଦୁର୍ବୁତ୍ତ ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ ଘରେ ପଶି ତାଙ୍କ ପୁତ୍ରଙ୍କ ବେକରେ ଛୁରୀ ଲଗାଇ ତିନି ଲକ୍ଷ ଟଙ୍କା ସହ ପାଞ୍ଚ ତୁଳା ସୁନା ଅଳଙ୍କାର ଲୁଟି ନେଇଯାଇଛନ୍ତି ବୋଲି ସସ୍ମିତା ଗଣମାଧ୍ୟମକୁ କହିଛନ୍ତି।ରାଜସ୍ବ ବିଭାଗରେ କାର୍ଯରତ ଶ୍ୟାମ ସୁନ୍ଦର ପଟ୍ଟନାୟକ ଅଫିସକୁ ଚାଲିଯିବା ପରେ ତାଙ୍କ ସ୍ତ୍ରୀ ଓ ଏଗାର ବର୍ଷର ପୁଅ ଘରେ ଥିଲେ। ଚାରି ଜଣ ଦୁର୍ବୁତ୍ତ ବାରିପଟ କବାଟ ଖୋଲି ଦେଇ ଘର ଭିତରକୁ ପ୍ରବେଶ କରିଥିଲେ।ସେତିକିବେଳେ ଶ୍ୟାମ ସୁନ୍ଦରଙ୍କ ସ୍ତ୍ରୀ ଆଲମୀରାରୁ ଶାଢ଼ୀ କାଢୁଥିଲେ ଓ ତାଙ୍କ ପୁଅ ଟିଭିଦେଖିବା ସମୟରେ ପୁଅର ବେକରେ ଛୁରୀ ଲଗାଇ ରଖିଥିଲେ।ଅନ୍ୟ ତିନି ଜଣ ସସ୍ମିତାକୁ ଧମକାଇ ତିନି ଲକ୍ଷ ଟଙ୍କା ଓ ପାଞ୍ଚ ତୁଳା ସୁନା ଲୁଟି ନେଇ ଚାଲିଯାଇ ଥିଲେ।ଗଲାବେଳେ ଘର ସାରା ପାଣି ପକାଇ ଚାଲିଯାଇଥିଲେ।ଖବର ପାଇ ପାରଳାଖେମୁଣ୍ଡି ଏସ ଡି ପି ଓ ମାଧବା ନନ୍ଦ ନାୟକ ଓ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ଏହାପରେ ଡଗ ସ୍କ୍ୱାର୍ଡ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More