ଡ୍ରିମ୍ସ କୋଭିଡ ହସ୍ପିଟାଲ ପରିସରରେ ଯୁବକ ଆତ୍ମ ହତ୍ୟା

43

Get real time updates directly on you device, subscribe now.

କଟକ (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଟାଙ୍ଗି ଡ୍ରିମ୍ସ କୋଭିଡ ହସ୍ପିଟାଲ ପରିସରରେ ଯୁବକ ଆତ୍ମ ହତ୍ୟା କରିଛନ୍ତି | ଯୁବକ ଜଣଙ୍କ ହେଲେ ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୭ ନମ୍ବର ୱାର୍ଡ ସ୍ୱିପର କଲୋନୀ ର ଧରଣୀ ନାୟକ ର ପୁଅ ଅଜୟ ନାୟକ |ମୃତକ ଅଜୟ ନାୟକ ଉକ୍ତ କୋଭିଡ ହସ୍ପିଟାଲରେ ସ୍ୱିପର ଭାବେ କାମ କରୁଥିଲେ ,ତେବେ ଆଜି ସକାଳୁ ତାର ମୃତ ଦେହ ଉକ୍ତ ହସ୍ପିଟାଲରେ ଝୁଲୁଥିବାର ଦେଖିବାକୁ ମିଳିଥିଲା |ହସ୍ପିଟାଲ ପକ୍ଷରୁ ଟାଙ୍ଗି ଥାନାକୁ ଖବର ଦେବା ପରେ ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତକ ଅଜୟ ନାୟକଙ୍କୁ ସବ ବ୍ୟବଛେଦ ପାଇଁ କଟକ ମେଡିକାଲ ପଠେଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି |ତେବେ ମୃତ୍ୟୁ ର କାରଣ ଜଣା ପଡି ନାହିଁ |ହସ୍ପିଟାଲ ପରିସରରେ ଗତ ୩୧/୦୫/୨୧ ରେ ଉକ୍ତ ସ୍ୱିପର କଲୋନୀ ର ଅଖୟ ନାୟକ ର ମଧ୍ୟ ମୃତ୍ୟୁ ଘଟିଥିଲା , ସେ ମଧ୍ୟ ଉକ୍ତ ହସ୍ପିଟାଲରେ କାମ କରୁଥିଲା ।|ଅନ୍ୟ ପକ୍ଷେ ଆଜି ଉକ୍ତ କୋଭିଡ ହସ୍ପିଟାଲ ରେ ଗତ ୪ ତାରିଖ ରେ ଜଣେ କରୋନା ରୋଗୀ ଙ୍କୁ ସେଠାରେ ହୋଇଥିବା ଛୁରା ମାଡ ରେ ଚିକିତ୍ସିତ ଅବସ୍ଥା ରେ ଆଜି ତାର ମଧ୍ୟ ମୃତ୍ୟୁ ଘଟିଛି |ଛୁରା ମାଡ ଘଟଣା କୁ ନେଇ ରୋଗୀଙ୍କ ପରିବାର ଲୋକ ଟାଙ୍ଗି ଥାନା ରେ ତଦନ୍ତ ପାଇଁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି | ଟାଙ୍ଗି କୋଭିଡ ହସ୍ପିଟାଲ ର ଏପରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର ଲୋକ |ତେବେ ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More