ନୂଆପଡା ( ସଂଘର୍ଷ ମିଡିଆ ) : -ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଆଜି ଅନ୍ତ୍ୟଜିଲା ୫ଜଣ ଡ଼କାୟତକୁ ଗିରଫ କରିବାରେ ସଫଳ ହୋଇଛି। ଗତ ଫେବୃଆରୀ ୧ ତାରିଖରେ ଖଡ଼ିଆଳ ଥାନା ଅନ୍ତର୍ଗତ ବରଗାଁର ଆଇନଜିବି ସତ୍ୟପ୍ରିୟ ମୁଣ୍ଡଙ୍କ ଘରେ ହୋଇଥିବା ସଶସ୍ତ୍ର ଡ଼କାୟତି ମାମଲାରେ ପୋଲିସ ଆଜି ୫ଜଣ ଡ଼କାୟତକୁ ଗିରଫ କରି କୋର୍ଟ ଚାଳଣ କରିଥିବା ନୂଆପଡା ଏସପି ରାହୁଲ ଜେନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ୫ଜଣ ଡ଼କାୟତଙ୍କ ମଧ୍ୟରୁ ୪ଜଣ ପଡୋଶୀ ବଲାଙ୍ଗୀର ଜିଲ୍ଲାର ହୋଇଥିବା ବେଳେ ଜଣେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ପୋଲିସ ନଗଦ ୧ଲକ୍ଷ ୨ହଜାର ୫ସହ ଟଙ୍କା,୩୦ଗ୍ରାମରୁ ଉର୍ଦ୍ଧ୍ବ ଗ୍ରାମ ସୁନାଗହଣା ସହ ୮ଗୋଟି ମୋବାଇଲ ଫୋନ ଓ ଗୋଟିଏ ସିସିଟିଭି ମନିଟରକୁ ଉଦ୍ଧାର କରିଛି । ସେହିଭଳି ଡ଼କାୟତରେ ବ୍ୟବହୃତ ହୋଇଥିବା ବିଭିନ୍ନ ମାରାଣାଅସ୍ତ୍ର ଗୋଟାଏ କାର ଓ ଦୁଇଟି ମଟରସାଇକେଲକୁ ପୋଲିସ ଜବତ କରିଛି।ହୋଇଥିବା ଅଭିଯୋଗ ହେଉଛି।ଗତ ଫେବୃଆରୀ ୧ ତାରିଖ ମଧ୍ୟରାତ୍ରିରେ ବରଗାଁର ସତ୍ୟପ୍ରିୟ ମୁଣ୍ଡଙ୍କ ଘରକୁ ୫ଜଣ ସଶସ୍ତ୍ର ଡ଼କାୟତ ଆସି ଘରପଛପଟ କବଟକୁ ଭାଙ୍ଗି ବଳପୂର୍ବକ ଘରଭିତରକୁ ପସିଯାଇଥିଲେ। ପରେ ସତ୍ୟପ୍ରିୟଙ୍କୁ ଡ଼କାୟତମାନେ ପ୍ରବଳ ମାଡ଼ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଖ୍ୟାତବୀକ୍ଷତ କରି ନଗଦ ୭ଲକ୍ଷ ୫୦ହଜାର ଟଙ୍କା ସହ ସୁନାଗହଣା ଓ ୨୦ଭରି ଲୁଟି ନେଇଥିବା ଖଡ଼ିଆଳ ଥାନାରେ ଅଭିଯୋଗ ହୋଇଥିଲା।ପରେ ନୂଆପଡ଼ା ଏସପି ରାହୁଲ ଜେନଙ୍କ ନିର୍ଦେଶକ କ୍ରମେ ଖଡ଼ିଆଳ ଥାନା କେଶ ନଂ-୫୧/୨୦୨୧ରେ ଏକ ମାମଲା ରୁଜୁ ହୋଇ ପୋଲିସର ଦୁଇଟି ସ୍ୱତନତ୍ର ଟିମ ସାଇବର ସେଲର ସହାୟତାରେ ସନ୍ଦନୀ କୁକୁର ଓ ସାଇନଟିଫିକ ଦଳକୁ ନେଇ ଘଟଣାର ତଦନ୍ତ ଯାରିରହିଥିଲେ ।ଆଜି ଏହି ଡ଼କାୟତ ମାମଲାରେ ସଂପୃକ୍ତ ଥିବା ୫ଜଣ ଡ଼କାୟତକୁ ଖଡ଼ିଆଳ ପୋଲିସ ଗିରଫ କରିବା ସହ କୋଟଚାଲାଣା କରିଛି।ଏହି ଘଟଣାରେ ଆହୁରି କେଉଁମାନେ ସଂପୃକ୍ତ ଅଛନ୍ତି ଘଟଣାର ତଦନ୍ତ ପରେ ଜଣା ପଡିବ ବୋଲି ନୂଆପଡ଼ା ଏସପି ରାହୁଲ ଜେନ ପ୍ରକାଶ କରିଛନ୍ତି। ନୂଆପଡ଼ା ଜିଲ୍ଲାରୁ ମେଘନାଦ ନାୟକଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।