ଭଦ୍ରକ(ସଂଘର୍ଷ ମିଡିଆ ) : – ଟ୍ରେନରୁ ସୁନା ଗହଣା ଚୋରିର ଚେର ଲମ୍ବିଛି ମଧ୍ୟପ୍ରଦେଶରୁ ଭଦ୍ରକ ଜିଲ୍ଲା ଧାମନଗର । ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସର ମିଳିତ ଚଢ଼ାଉ ଓ ଗିରଫଦାରୀ ପରେ ଏହି ଖବର ସାମ୍ନାକୁ ଆସିଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲାରେ ମଧ୍ୟପ୍ରଦେଶର ପୋଲିସ ଓ ଜିଆରପି ପୋଲିସ ଦୀର୍ଘ ଦିନ ହେବା ଡେରା ପକାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ । ଟ୍ରେନ ରେ ଯାତ୍ରୀଙ୍କ ସୁନା ଗହଣା ଚୋରିର ରାକେଟକୁ ଧରିବା ପରେ ଅଭିଯୁକ୍ତଙ୍କ ବୟାନକୁ ଆଧାର କରି ଉଭୟ ଟିମ ଭଦ୍ରକରେ ପହଞ୍ଚିଥିଲେ । ଭଦ୍ରକ ଜିଲ୍ଲାରେ ରାନ୍ଦିଆ ଠାରେ ପ୍ରଥମେ ଜଣେ ଅଭିଯୁକ୍ତକୁ ଧରିଥିବା ସୂଚନା ମିଳିଛି । ତେବେ ସେହି ଅଭିଯୁକ୍ତର ସୂଚନା ମୁତାବିକ । ସେଠାରେ ଟ୍ରେନରେ ଚୋରି ହେଉଥିବା ସୁନା ବିକ୍ରି ନେଇ ସୂଚନା ମିଳିବା ମାତ୍ରେ ପୋଲିସ ଧମାନଗର ଥାନା ଖରଖାଇ ଗାଁର ଶ୍ରୀଧର ସାହୁ ନାମକ ଯୁବକକୁ ସ୍ଥାନୀୟ ପୋଲିସ ସାହାଯ୍ୟରେ ଅଭିଯୁକ୍ତକୁ ଅଟକ ରଖି ପଚରା ଉଚୁରା କରିଥିଲା । ଶ୍ରୀଧର ସାହୁ ନାମକ ଯୁବକଙ୍କୁ ନିଜ ହେପାଜତକୁ ନେଇ ଥିଲା ଓ ପରେ ତାର ବୟାନକୁ ଆଧାର କରି ବାରିକପୁର ବଜାରରେ ଥିବା ଏକ ସୁନା ଦୋକାନରେ ଚଢ଼ାଉ କରିଥିଲା ଓ ସୁନା ଜବତ କରିଥିବା ସୂଚନା ମିଳିଛି । ତେବେ ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟରେ ହାଜିର କରିବା ସହ ସାଙ୍ଗରେ ନେଇଥିବା ସୂଚନା ମିଳିଛି । ତେବେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଟ୍ରାଞ୍ଜିଟ ରିମାଣ୍ଡ ରେ ନେଇଥିବା ବେଳେ 21 ତାରିଖ ସୁଦ୍ଧା ମଧ୍ୟପ୍ରଦେଶ କୋର୍ଟରେ ହାଜିର କରାଯିବା ନେଇ ସୂଚନା ମିଳିଛି । ତେବେ ଏ ନେଇ ଧାମନଗର ପୋଲିସ , ମଧ୍ୟପ୍ରଦେଶ ପୋଲିସ ଓ ଜିଆରପି ତରଫରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ ।