ପୁରୀ (ସଂଘର୍ଷ ମିଡିଆ) : – ମାର୍କେଟ ଛକ ନିକଟରେ ଟ୍ରାଫିକ ଏଏସଆଇଙ୍କୁ କାର ଡ୍ରାଇଭରଙ୍କ ଆକ୍ରମଣ, କୁମ୍ଭାରପଡା ଥାନାରେ ଡ୍ରାଇଭର ସହ କାର ଅଟକ l ଘଟଣାରୁ ପ୍ରକାଶ ଯେ ଓଆର 05AJ 2323 ନମ୍ବର ବିଶିଷ୍ଟ ଏକ କାର ମେଡିକାଲ ଛକରୁ ମନ୍ଦିର ଆଡକୁ ଯିବାବେଳେ ଟ୍ରାଫିକ ଏଏସଆଇ ଜଣକ ତାଙ୍କୁ ଅଟକାଇ ଥିଲେ l ଯେହେତୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମନ୍ଦିର ପଟକୁ କାର ଛଡା ଯାଉନଥିଲା ସେଥିପାଇଁ ଏଏସଆଇ ଅଟକାଇଥିଲେ l ହେଲେ କାର ଚାଳକ ଏହାକୁ ଅମାନ୍ୟ କରି ଜୋରଜବରଦସ୍ତ କାର ନେଇ ଯାଇଥିଲେ l ଏଏସଆଇ ତାଙ୍କୁ ପିଛାକରି ମାର୍କେଟ ଛକ ନିକଟରେ ଅଟକାଇଥିଲେ l ଏଥିରେ କାର ଚାଳକ ଏଏସଆଇଙ୍କୁ ଗାଳିଗୁଲଜ କରିଥିଲେ l ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା l ପରେ କାର ଚାଳକ ଏଏସଆଇଙ୍କୁ ଆକ୍ରମଣ କରିଥିଲେ l ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୁଲିସ ପହଂଚି କାରସହ କାର ଚାଳକଙ୍କୁ ଆଣି ଥାନାରେ ଅଟକ ରଖିଥିଲେ l ଆଜି ରାତ୍ର ପ୍ରାୟ 10ଟାରେ ଏହି ଘଟଣା ଘଟିଥିବା ଜଣାଯାଇଛି l