ଜୟପୁର(ସଂଘର୍ଷ ମିଡିଆ ) :- ଗଞ୍ଜେଇ ଚାଲାଣକାରୀଙ୍କ ନୂଆ ନୁଆ ଟେକନିକ। ଏବେ ପରିବା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଲାଣି। ଘଟଣା ଅନୁଯାୟୀ ଲମତାପୁଟରୁ ଜୟପୁରକୁ ଆସୁଥିଲା ଗଞ୍ଜେଇ ଗାଡି । ପୂର୍ଵରୁ ଏ ସମ୍ପର୍କରେ ଜୟପୁର ସଦର ପୋଲିସକୁ ସୂଚନା ଥିଲା କି, କେଉଁ ରାସ୍ତା ଦେଇ ଗଞ୍ଜେଇ ଗାଡି ଯାତାୟାତ କରୁଛି। ତେଣୁ ଯୋଜନା ମୁତାବକ ଜୟପୁର ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଆଦିତ୍ୟ ମହାକୁଡ଼, ସବଇନ୍ସପେକ୍ଟର ଏସ ପଣ୍ଡା ଏବଂ ପୋଲିଶ ଟିମ ଜୟପୁର କୋଟା ଛକରେ ପହଁଚି ଗଞ୍ଜେଇ ଗାଡିକୁ ଅପେକ୍ଷା କରି ରହିଥିଲେ। ଅଚାନକ ବିପରୀତ ଦିଗରୁ ଏକ ଧଳା ରଙ୍ଗର ପିକଅପ ଭ୍ୟାନ, ଗାଡି ନମ୍ବର ଓଡ଼ି-ୟୁ ୩୮୭୮ ରେ ବନ୍ଧାକୋବି ଓ କଖାରୁ ଭର୍ତ୍ତି ପରିବା ବୋଝେଇ ଗାଡି ପହଁଚିଥିଲା । ପୋଲିସ ତୁରନ୍ତ ଗାଡିକୁ ଅଟକାଇ ଯାଞ୍ଚ କରିଥିଲ। ଯାଞ୍ଚ ବେଳେ ଗାଡିରୁ ୩୯୩ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ । ଯାହାର ବଜାର ଦର ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଘଟଣାରେ ସମ୍ପୂକ୍ତ 6 ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ୧୧ ହଜାର ୭୦୦ ଟଙ୍କା ଏବଂ ୫ ଟି ମୋବାଇଲ ଫୋନ ଓ ୩ ଟି ମୋଟର ସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ- ପବନ ପାଶ୍ଵଔନ, ବୟସ-୩0-ବିହାର ଭୋଜପୁର ତାରାକାଇ ଗ୍ରାମ, ପ୍ରଫୁଲ ଦଳେଈ-ବୟସ -23- ମାଛକୁଣ୍ଡ ଥାନା ଡାଲଡାପୁଟ ଗ୍ରାମ, ଦିଲ୍ଲୀପ ଖିଲ- ବୟସ 20-ବାଙ୍ଗୁରିପୋଡା ଗ୍ରାମ, ବିନୀତ ଖିଲ -ବୟସ 20, ରବି ଖିଲ -ବୟସ 32 ଏବଂ ଜୟପୁର ଟାଉନ ଥାନା ଗୋପବନ୍ଧୁ ନଗରର ମଙ୍ଗଳଦନ ଖରା- ବୟସ 36 । ତେବେ ଏବେ ଶୁଣିବାକୁ ମିଳିଛି କି 6 ଗିରଫ ଗଞ୍ଜେଇ ଚାଲାଣକାରୀଙ୍କ ମଧ୍ୟରୁ 2 ଜଣ କରୋନା ଆକ୍ରାନ୍ତ ଅଛନ୍ତି। ତେବେ ଏହା କେତେ ଦୁର ସତ୍ୟ ତାହା ପୋଲିସ ତଦନ୍ତ ପରେ ଜଣାପଡିବ।ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଜ୍ୟୋତ୍ସ୍ନା ରାଉଳଙ୍କ ରିପୋର୍ଟ ସଙ୍ଘର୍ଷ ନ୍ୟୁଜ।