ପୁରୀ(ସଂଘର୍ଷ ମିଡିଆ) : – ଏକ ଜୁଆଆଡ୍ଡା ଉପରେ ସମୁଦ୍ରକୂଳ ଥାନା ପୁଲିସ ଚଢ଼ାଉ କରି 8 ଜଣଙ୍କୁ ଗିରଫ କରିବା ସହ 45ହଜାର ଟଙ୍କା ଜବତ କରିଛି l ଏଥିସହ ୨ଟି ପ୍ଲେଇଂ କାର୍ଡ ଜବତ କରିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ଧୋବାସାହିର ପି ସିଵା ରେଡ୍ଡୀ 24, ଏନ ସିଵା ରେଡ୍ଡୀ 30, କେ ନାରାୟଣ ରେଡ୍ଡୀ 34, ଜୟରାମ ରେଡ୍ଡୀ 43, ଚୁଡଙ୍ଗସାହିର ଦିବାକର ନାୟକ 48, ରାମମନ୍ଦିର ନିକଟ ତେଲୁଗସାହିର ଏସ ଗୁରୁ ରେଡ୍ଡୀ 46, ମାର୍କଣ୍ଡେଶ୍ୱର ସାହି ଲକ୍ଷ୍ମୀବଜାର ନିକଟର ଲଳିତ ନାରାୟଣ ମିଶ୍ର 43 ଓ ପାତ୍ରଲେନର ରାଧାଶ୍ୟାମ ମହାନ୍ତି 63 l ପୁଲିସ ପକ୍ଷରୁ ପାଟ୍ରୋଲିଂ କରୁଥିବା ବେଳେ ଷ୍ଟେସନ ରୋଡ ସ୍ଥିତ ଧୋବାସାହି ନିକଟରେ ଚାଲିଥିବା ଜୁଆଆଡ୍ଡା ନେଇ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଚଢ଼ାଉ କରି 8ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା l ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି l ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ l