ଜୀବନରୁ ମାରିଦେବାକୁ ଧମକ ଦେବାପରେ ସୁରକ୍ଷାପାଇଁ କେନ୍ଦ୍ରାପଡା ଏସ୍ ପି ଙ୍କ ଦ୍ବାରସ୍ଥ ହେଲେ ପରିବାର

51

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ମୋଝିଅକୁ ହତ୍ୟାକରି ହତ୍ୟାକରିମାନେ ଖସିଯାଉଛନ୍ତି । ପୋଲିସ ତାଙ୍କୁ ଗିରଫ ନକରି ସହଯୋଗ କରୁଛି । ଏମିତି ଏକ ଅଭିଯୋଗ ନେଇ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ପୋଖରୀଆ ଗାଁର ଦୁର୍ଗା ଚରଣ ବେହେରା ଓ ତାଙ୍କ ପରିବାର ଆଜି କେନ୍ଦ୍ରାପଡା ଜିଲ୍ଲା ଏସ୍ ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଗତ ୨୦୨୦ ଜୁଲାଇ ୧୨ ତାରିଖରେ ଦୁର୍ଗା ଚରଣଙ୍କ ଝିଅ ସୁଜାତାଙ୍କୁ ତାଙ୍କ ଶାଶୁଘରଲୋକେ ହତ୍ୟାକରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଏହି ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ଋଜୁ କରି  ତଦନ୍ତ କରି କୁରୁଣ୍ଟି ଗାଁର ମୃତ ସୁଜାତାଙ୍କ ଶଶୁର ପ୍ରଫୁଲ ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସୁଜାତାଙ୍କ ସ୍ବାମୀ ବାବୁ ନାୟକ ଫେରାର ହୋଇଯାଇଛି । ଏହି ଘଟଣାରେ ଦୁର୍ଗାଚରଣ ସୁଜାତାଙ୍କ ଶାଶୁ, ନଣନ୍ଦ ଓ ଦିଅର ମାନଙ୍କୁ ଏହି ଘଟଣାରେ ଅଭିଯୁକ୍ତ କରିଥିଲେ ମଧ୍ୟ ପୋଲିସ ଏମାନଙ୍କ ନାମକୁ ତଦନ୍ତ ସମୟରେ କାଟି ଦେଇଥିବା ଅଭିଯୋଗ କରିଛନ୍ତି ଦୁର୍ଗାଚରଣ । କିନ୍ତୁ ଏହି ମାମଲାରେ ନିଜେ କେନ୍ଦ୍ରାପଡାର ପୂର୍ବତନ ଏସ୍ ପି ତଦନ୍ତ କରି ଯାହା ନିର୍ଦ୍ଦେଶ ଦେଇଥିଲେ ଏ ହେଉଛି ସେହି ରିପୋର୍ଟ ଦଖନ୍ତୁ (କୋର୍ଟ ପେପର ଭିଜୁଆଲ ଦେଖେଇବ)। ତଦନ୍ତ ଅନୁସାରେ ରାଜନଗର ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଥିବା ରାଜନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି । କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ବଳରାମ ବେହେରାଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More