ଜମି ବିବାଦରୁ ସ୍ୱାମୀଙ୍କୁ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

52

Get real time updates directly on you device, subscribe now.

ରାଜଗାଙ୍ଗପୁର  ( ସଂଘର୍ଷ ମିଡିଆ ) :  ପଞ୍ଚାୟତର ଢ଼ାଉଟୋଲି ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏହି ଗ୍ରାମରେ ରହୁଥିବା ଭଦୁଆ ଲାକ୍ରା (୪୫) ରାଜମିସ୍ତ୍ରୀ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତ୍ରି ପ୍ରାୟ ୧୦ ଘଟିକା ସମୟରେ ବାଇକ ଯୋଗେ ଦୁଇ ଜଣ ଯୁବକ ଭଦୁଆଙ୍କୁ ଘରୁ ଡାକିନେଇଥିଲେ। ହେଲମେଟ ଓ ମାସ୍କ ପିନ୍ଧିଥିବାରୁତାଙ୍କୁ ଚିନ୍ହିବା ସମ୍ଭବ ହୋଇନଥିଲା। ସେ ଯିବାର କିଛି ସମୟ ପରେ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ଓ ପରିବାରର ଅନ୍ୟ ସଦସ୍ୟ ମାନେ ମିଶି ଖୋଜାଖୋଜି କରିଥିଲେ। ଘର ପାଖରୁ କିଛି ଦୂରରେ ତାଙ୍କୁ ତଳେ ପଡିଥିବାର ଦେଖିବାକୁ ପାଇଥିଲେ । ଠିକ ସେହି ସମୟରେ ବାଇକ ଯୋଗେ ଦୁର୍ବୁତ୍ତ ପଳାଇଥିଲେ । କିଛିଦିନ ପୂର୍ବରୁ ଜମି ବାଡ଼ିକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ କଳହ ଲାଗିଥିଲା । ଏହି ସମୟରେ ସେମାନେ ମାରି ଦେବାର ଧମକ ମଧ୍ୟ ଦେଇଥିଲେ ତେଣୁ ତାଙ୍କ ସ୍ତ୍ରୀ ଭଦୁଆଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି । ପୋଲିସ ଭୋଦୁଆଙ୍କ ଶବ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଚିକତ୍ସାଲୟ ଆଣିଥିଲେ l ଶବ ବେବୋଛେଦ ପରେ ପରିବାର ଙ୍କୁ ହସ୍ତାନ୍ତର କରାଯିବ l ରାଜଗାଙ୍ଗପୁର  ସମ୍ବାଦଦାତା ମନୋଜ କୁମାର ଗୌଡ଼  ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More