ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦରମହକୁମା କାଳୀସୁନ୍ଦରୀ ସାହିର କ୍ଷେତ୍ରୀପାଲ ଖମାରି ଏବଂ ତାଙ୍କ ପୁଅ ବିଶୁ ଖମାରିଙ୍କୁ ନିର୍ଧୁମ ବାଡ଼େଇ ଘୋଷାଡ଼ି ଘୋଷାଡ଼ି ରାସ୍ତାକୁ ନେଇଗଲେ lତାଙ୍କ ବଡ଼ବାପା ଖେଦୁରାମ ଖମାରି ଏବଂ ତାଙ୍କ ୩ ଜଣ ପୁଅ ଅନନ୍ତ ଖମାରି, ଖିରୋଦ ଖମାରି, ନମନ୍ତ ଖମାରି ଏହି ୪ଜଣ ମିଶି କାଲି ସନ୍ଧ୍ୟା ସମୟରେ ଅତର୍କିତ ଭାବେ ଆକ୍ରମଣ କଲେ ବାପା ପୁଅଙ୍କୁ l ସାଙ୍ଗେ ସାଙ୍ଗେ କ୍ଷେତ୍ରୀପାଲ ଏବଂ ତାଙ୍କ ପୁଅ ବିଶୁ ରାଇଘର ଥାନା ରେ ଅଭିଯୋଗ କରିଥିଲେ ,କିନ୍ତୁ ଥାନା ଅଧିକାରୀ ବାପା ପୁଅଙ୍କ କଥା କିଛି ଶୁଣି ନଥିଲେ ଏବଂ କିଛି ସମାଧାନ କରି ନଥିଲେ ବୋଲି କ୍ଷେତ୍ରୀପାଲଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି l ବିଶୁ ଖମାରିଙ୍କୁ ଅତ୍ୟଧିକ ବାଡେଇବାରୁ ତାଙ୍କ ଛାତି, ପିଠି ଏବଂ ହାତରେ ମାଡ଼ ବାଜିବାରୁ ତାଙ୍କୁ ପ୍ରଥମେ ପରିବାର ଲୋକେ ରାଇଘର ମେଡିକାଲକୁ ନେଇଯାଇଥିଲେ lପରେ ସନ୍ଧ୍ୟା ସମୟରେ ଉମରକୋଟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ lସୂଚନାଥାଉ କି ମାଡ଼ ମାରିଥିବା ଖେଦୁରାମ ଖମାରି ପୋଲିସ ଚୌକିଦାର ଭାବେ ରାଇଘର ଥାନାରେ କାର୍ଯ୍ୟକରନ୍ତି, ଏଇଠି ପ୍ରଶ୍ନ ଉଠୁଛି ଜଣେ କାର୍ଯ୍ୟରତ ଚୌକିଦାର କିଭଳି ତାଙ୍କ ପୁଅ ମାନଙ୍କୁ ଧରି ଜଣଙ୍କ ଉପରେ ଅମାନୁଷିକ ଭାବେ ଆକ୍ରମଣ କରିବ ଏହା କେଉଁ ଆଇନରେ ଲେଖା ହେଇଛି lଏହା କେତେଦୂର ଠିକ ପୋଲିସ କଣ ପାଇଁ ଏହି ଘଟଣାରେ ଜଡିତ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ,ତାହା ଜନସାଧାରଣମାନଙ୍କ ମଧ୍ୟରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ?ତେବେ କେବେ ଦୋଷୀ ଉପରେ ରାଇଘର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଚିତ୍ ନ୍ୟାୟ ପ୍ରଦାନ କରୁଛି, ତାହା ଦେଖିବାକୁ ବାକି ରହିଲା l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l