କନ୍ଧମାଳ(ସଂଘର୍ଷ ମିଡିଆ ) : କନ୍ଧମାଳ ଜିଲ୍ଲା ରାଇକିଆ ଖିର୍ଷ୍ଟିଆନ ସାହିରେ ରହୁଥିବା ଏମ, ଭାଗ୍ୟଲଷ୍ମୀ ନିଜର ଦୁଇ ସନ୍ତାନକୁ ରାଇକିଆରୁ ଦୁଇ କିଲମିଟର ଦୂର ଅଲିମାହା ଏକ କୂଅରେ ଠେଲି ଦେଇ ମାରିବା ଘଟଣା ଅଭିଯୁକ୍ତ ବାପା ମାଁକୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ହେଲେ ବାପା ଏମ୍ ରାଜେଶ ପାତ୍ର,ମାଁ ଏମ୍ ଭାଗ୍ୟ ଲକ୍ଷ୍ମୀ ପାତ୍ର, ଜନ୍ମ କରି ଥିବା ଦୁଇ କଅଁଳ ପୁଅ ଝିଅଙ୍କୁ କୂଅରେ ପକାଇ ନିଜେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା ମନଗଡ଼ା କଥା କହୁଥିବା ମା ଆଜି ପୋଲିସ ମାରାଥନ୍ ଜେରାରେ ସତ ଓଗାଳିଛି । ପାଞ୍ଚ ଦିନ ଧରି ଲଗାତାର ତଦନ୍ତ ଓ ମାରାଥନ୍ ଜେରାରେ ଦୋଷ ମାନିଛନ୍ତି ମା ଭାଗ୍ୟ ଲକ୍ଷ୍ମୀ, ଦୁଇ ଛୁଆକୁ ହତ୍ୟା କରିଥିବା ତଦନ୍ତର ସ୍ପଷ୍ଟ ହୋଇଥିବା ପୋଲିସ କହିଛନ୍ତି। ସେହି ପରି ବାପା ଏମ୍ ରାଜେଶ ପାତ୍ର ଲଗାତାର ଭାବେ ଭାଗ୍ୟ ଲକ୍ଷ୍ମୀଙ୍କୁ ନିର୍ଯାତନା ଦେଉଥିବା ପ୍ରମାଣ ମିଳିଛି ବୋଲି ଥାନା ଅଧିକାରୀ ଶ୍ରୀ କାନ୍ତ ଖମାରୀ ସୁଚନା ଦେଇଛନ୍ତି, ବିଭିନ୍ନ ପ୍ରମାଣ ବଳରେ ଉଭୟଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ସଂପୂର୍ଣ୍ଣ ତଦାରଖ କରୁଥିବା ଘୁ ଉଦୟଗିରି ଏସ୍ ଡିପିଓ,ଡି ତିରୁପତି ରାଓ ପଟ୍ଟନାୟକ କହିଛନ୍ତି, ରାଇକିଆ ପୋଲିସ ସୁଚନା ଅନୁଯାୟୀ ଦାମ୍ପତ୍ୟ କୋଳହ ଯୋଗୁଁ ଗତ ଶୁକ୍ରବାର ରାତିରେ ଭାଗ୍ୟ ଲକ୍ଷ୍ମୀ ଘରୁ ବାହାରି ଅଲିମାହା ଗ୍ରାମ ନିକଟସ୍ଥ କୂଅକୁ ଯାଇଥିଲେ ସାଙ୍ଗରେ ଦୁଇ ସନ୍ତାନକୁ ମଧ୍ୟ ନେଇଥିଲେ । ସେଠାରେ ସେ ଝିଅ ଏମ୍ ବୈଷ୍ଣବୀ ପାତ୍ର ବୟସ ତାର ୯, ମାଁ ତାଙ୍କୁ ବୁଝେଇ କହିଥିଲେ ଯେ ଆମେ ସମସ୍ତେ ମିଶିକି କୂଅରେ ଡେଇଁ କି ମରିଯିବା ବୋଲି ନିର୍ଦେଶ ଦେଇ କହିଥିଲେ ମା, ପ୍ରଥମେ ଝିଅ ବୈଷ୍ଣବି କୂଅରେ ପଡ଼ିବା ପରେ କୂଅ ପାଖ ଚୋନ୍ଦିନୀରେ ବସିଥିବା ପୁଅକୁ ମଧ୍ୟ ପାଣିକୁ ଠେଲି ଦେଇ ଥିଲେ ମା, ପୁଅ ଝିଅଙ୍କୁ ପାଣିରେ ପକେଇ କାନ୍ଦିବା ଅଭିନୟ କରି ଅଲିମାହା ନିକଟସ୍ଥ ଗାଁର ଏକ କନ୍ଧ ପ୍ରସାଦ ଦାସଙ୍କ ପାଖକୁ ଯାଇ ପୁଅ ଝିଅ ମୋର କୂଅରେ ପଡ଼ିଲେ ବୋଲି କହିଥିଲେ । ଏନେଇ ରାଜେଶ ଓ ଅନ୍ୟଜଣକୁ ସୁଚନା ଦେଇ ଥିଲେ କନ୍ଧ ପ୍ରସାଦ, ଏବଂ ଅଗ୍ନି ଶମ ବିଭାଗ ଓ ପୋଲିସକୁ ସୁଚନା ଦିଆ ଯିବାରୁ ଉଭୟ ଆସି ଶିଶୁଙ୍କୁ ଉଦ୍ଧାର କରି ଥିଲେ, ।ପରେ ରାଜେଶ ନାମରେ ନିର୍ଯାତନା ଅଭିଯୋଗ ଦେଇଥିଲେ ଭାଗ୍ୟ ଲକ୍ଷ୍ମୀ ତେବେ ପୋଲିସ ତଦନ୍ତ ପରେ ଉଭୟ ବାପା ଓ ମାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।ରାଇକିଆ ରୁ ମାନ୍ୟବତୀ ପ୍ରଧାନ ଙ୍କ ରିପୋର୍ଟ ସଂଘର୍ଷ ନିୟୁଜ୍ ।