ଜଗତସିଂହପୁର ( ସଂଘର୍ଷ ମିଡିଆ ) :-ଜଗତସିଂହପୁରରେ ଦୁଇଟି ସ୍ଥାନରେ ରାତିରେ ବୋମା ମାଡ଼ ହୋଇଛି ।ମଦ ଦୋକାନ ଚୟନ ପକ୍ରିୟାକୁ ନେଇ ବୋମାମାଡ଼ ହୋଇଥିବା ଜନସାଧରଣରେ ଚର୍ଚ୍ଚା ଜୋର ଧରିଛି । ଖେରସ ବଜାର ଠାରେ ଥିବା ଏକ କୁକୁଡ଼ା ଦାନା ଦୋକାନ ଓ ପାକନପୁର ଠାରେ ଥିବା ହାଚେରୀ ଉପରେ ବୋମା ମାଡ଼ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି । ଦୁଇଟି ବାଇକରେ 4 ଜଣ ଦୁର୍ବୁର୍ତ୍ତ ଆସି ବୋମାମାଡ଼ କରିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି । ସୂଚନା ଅନୁସାରେ ୨୦୨୧-୨୦୨୨ ବର୍ଷ ପାଇଁ ଆଜି ଜଗତସିଂହପୁର ଜିଲ୍ଲାର ୧୧ଟି ଦେଶୀ ଓ ୧୯ଟି ବିଦେଶୀ ମଦ ଦୋକାନର ଲଟେରୀ ଚୟନ କରାଯାଇଥିଲା ।ଉଭୟ ବ୍ୟବସାୟ ଅନୁଷ୍ଠାନର ମାଲିକ ବିଶ୍ୱଜିତ ପୋଥାଳଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ପୋଥାଳଙ୍କ ନାମରେ ଆଜି ଏକ ମଦ ଦୋକାନ ଲଟେରୀ ଉଠିଥିଲା । ଏହାକୁ କେନ୍ଦ୍ର କରି ବୋମା ମାଡ଼ ହୋଇଥିବାର ସନ୍ଦେହ କରାଯାଉଛି।ଘଟଣା ସ୍ଥଳରେ ଜଗତସିଂହପୁର ପୋଲିସ ପହଁଚି ତଦନ୍ତତଦନ୍ତ ଜାରି ରଖିଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।