ଜଗତସିଂହପୁର ଜିଲ୍ଲାର କୁଜଂଗ ଥାନାରେ ଅଭାବନିୟ ଘଟଣା

41

Get real time updates directly on you device, subscribe now.

ଜଗତସିଂହପୁର(ସଂଘର୍ଷ ମିଡିଆ ) :ଘଟଣାରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଏକ ଏଣ୍ଡଭର୍ ଗାଡି ଯାହାର ନମ୍ବର OR-୧୪- U-୪୫୪୫, ରାହାମା ଅଞ୍ଚଳର ସଂଗ୍ରାମ କେଶରୀ ପଟ୍ଟନାୟକ ଓରଫ ନାନକଙ୍କ ନାମରେ ପଞ୍ଜିକୃତ, ଅନ୍ୟ ଜଣେ ଏକ ୱେବ ଚାନେଲର ପ୍ରତିନିଧି କହୁଥିବା ଗଗନ ସ୍ୱାଇଁ ଓ ଗାଡି ଚାଲକ ପଙ୍କଜ ମହାପାତ୍ର ଫିଲ୍ମି ଷ୍ଟାଇଲରେ ଆସି ଥାନା ସମ୍ମୁଖରେ ଦ୍ତୁତ ଗତିରେ ବ୍ରେକ ମାରିଥିଲେ। ଥାନା ଭିତରେ ପ୍ରବେଶ କରି ସେଟ୍ରୀ ଜଗନ୍ନାଥ କିଲଙ୍କୁ ଥାନା ଅଧିକାରୀ ପାରାଓ ଟୁଡୁ କୁଆଡେ ଗଲା ବୋଲି କହି ଚିତ୍କାର କରିଥିଲେ। ସମସ୍ତେ ମଦ ନିଶାରେ ଚୁର ଥିଲେ। ସେଟ୍ରୀ ଥାନା ଅଧିକାରୀ ତାଙ୍କ ଚାମ୍ବରରେ ଅଛନ୍ତି ବୋଲି କହିବାରୁ ସେମାନେ ତାଙ୍କ ଚାମ୍ବରକୁ ବଳପୂର୍ବକ ପ୍ରବେଶ କରିଥିଲେ। ଗତକାଲି ଦିନରେ ଅମାଜୋନ୍ ବ୍ୟବସାୟିକ ପ୍ରଚାର ଗାଡି କୁଜଙ୍ଗ ଅଞ୍ଚଳରେ ବୁଲାଇବାକୁ ଲୋଡୁଥିବା ଅନୁମତି ପ୍ରଦାନ ପାଇଁ ଦିନରେ ଫୋନ କରି ଥାନା ଅଧିକାରୀଙ୍କୁ ଅନୁମତି ମାଗିଥିଲେ। ମାତ୍ର ଏହି ଅନୁମତି ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ଥାନା ଅଧିକାରୀ ରୋକଠୋକ ମନା କରିଥିଲେ। ସେହି ଆକ୍ରୋଶରେ ଏହି ୩ ଜଣ ବ୍ୟକ୍ତି ଥାନା ଅଧିକାରୀଙ୍କୁ ତାଗିଦ କରିଥିଲେ। ସମ୍ବାଦିକତାର ଦବଦବା ଦେଖାଇଥିଲେ। ଏହି ସମୟରେ ଥାନା ର ASI ଶୁଭ୍ରଜିତ୍ ଦାସ ୩ ଜଣଙ୍କୁ ନେଇ ଡାକ୍ତରୀ ପରୀକ୍ଷା କରାଇବା ସହିତ ଥାନାରେ ଅଟକ ରଖିଥିଲେ। ସେଟ୍ରୀ ଜଗନ୍ନାଥ କିଲଙ୍କ ଲିଖିତ ଅଭିଯୋଗ କ୍ରମେ କେଶ ନମ୍ବର ୧୬୦/୧୧ ଭାରତୀୟ ଦଣ୍ଡ ଵିଧି ଆଇନ ର ଧାରା ୨୯୪, ୩୨୩, ୩୫୩, ୫୦୬, ୪୨୦, ୩୪ ଅନୁଯାୟୀ ମାମଲା ରୁଜୁ କରାଯିବା ସହ press ଲେଖା ଯାଇଥିବା ଗାଡିରେ ୨ ପେଟି ମଦ ବୋତଲ , ପାଣି ବୋତଲ, ମିକ୍ସର ଆଦି ପଡିଥିବା ଦେଖା ଯାଇ ଥିଲା। କୁଜଙ୍ଗର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ସେହି ୩ ଜଣଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More