ଛେଳି ମୃତ୍ୟୁକୁ ନେଇ ପ୍ରଜାକୋର୍ଟ, ଦଣ୍ଡିତ ହେଲେ ୬୫ ବର୍ଷିୟା ବୃଦ୍ଧା

37

Get real time updates directly on you device, subscribe now.

ସାଲେପୁର(ସଂଘର୍ଷ ମିଡିଆ ) : – ଛେଳି ମୃତ୍ୟୁକୁ ନେଇ କିଛି ଲୋକ କଲେ ପ୍ରଜାକୋର୍ଟ। ଖାଲି ପ୍ରଜାକୋର୍ଟ କଲେ ନାହିଁ, ଦଣ୍ଡିତ ମଧ୍ୟ କଲେ ଜଣେ ୬୫ ବର୍ଷିୟ ବୃଦ୍ଧାଙ୍କୁ। ମାଡ଼ ମାରିଲେ, ମୁଣ୍ଡ ଫଟାଇଲେ ଓ ଇଲେକ୍ଟ୍ରି ଖୁଣ୍ଟରେ ମଧ୍ୟ ବାନ୍ଧିଲେ ଆଉ ସେହି ଭିଡିଓକୁ ଭାଇରାଲ୍ କଲେ। ସତେ ଯେମିତି ଲାଗୁଛି ଏଠାରେ ଆଇନ୍ କାନୁନ୍ ଭଳି କିଛି ଶବ୍ଦ ନାହିଁ। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଭଦ୍ରେଶ୍ବର ଫାଣ୍ଡି ଅଧିନସ୍ଥ ଗୋତରା ଗାଁରେ। ସେହି ଗାଁର ବୃଦ୍ଧ ଗୈାରାଙ୍ଗ ରାଉତଙ୍କୁ ସେଇ ଗାଁର ନରେନ୍ଦ୍ର ସାହୁଙ୍କ ଛେଳିକୁ ମାରିଦେଇଥିବା ସନ୍ଦେହ କରି, ନରେନ୍ଦ୍ର ସାହୁଙ୍କ ସମର୍ଥକ ମାନେ ଗୈାରାଙ୍ଗକୁ ନିଜ ଘରୁ ଟାଣି ଆଣି ନିସ୍ତୁକ ପିଟି ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧିଥିଲେ। ଖାଲି ସେତିକି ନୁହେଁ ଗୈାରାଙ୍ଗ ଘରକୁ ଭାଙ୍ଗି ଦେଇଥିବା ଅଭିଯୋଗ ମଧ୍ୟ ହୋଇଛି। ଉଭୟଙ୍କ ପକ୍ଷରୁ ପୃଥକ୍ ପୃଥକ୍ ମାମଲା ମାହାଙ୍ଗା ଥାନା ରେ ହେଇଥିଲା ମଧ୍ୟ ପ୍ରାୟ ୪୮ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ। ଖାଲି ଉଭୟ ପକ୍ଷ ର ଅଭିଯୋଗ କୁ ନେଇ ମାହାଙ୍ଗା ଥାନା କେସ୍ ନମ୍ବର ୧୨୮ ଓ ୧୨୯/୨୦୨୧ ରେ ମାମଲା ରୁଜୁ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More