ଛତିଶଗଡ଼ ପୋଲିସକୁ ପ୍ରଜାକୋର୍ଟରେ ହତ୍ୟାକାଲେ ମାଓବାଦୀ

52

Get real time updates directly on you device, subscribe now.

ମାଲକାନଗିରି (ସଂଘର୍ଷ ନିୟୁଜ)(ସତ୍ୟ ନାରାୟଣ ଦାଶ) : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀଙ୍କ ଦ୍ବାରା ଅପହୃତ ହୋଇଥିବା ପୁଲିସ ଏସଆଇ ମୁରଲୀ ତାତିଙ୍କୁ ହତ୍ୟା କଲେ ମାଓବାଦୀ । କିଛିଦିନ ତଳେ ବିଜାପୁର ନକ୍ସଲ ଆକ୍ରମଣ ସମୟରେ ଯବାନ ରାକେଶ୍ବର ସିଂଙ୍କୁ ଅପହରଣ ପରେ ଛାଡ଼ିଦେଇ ମାନବ ବାଦ ର ପରିଚୟ ଦେଉଥିବା ମାଓବାଦୀଙ୍କ ଅସଲ ମୁଖା ଖୋଲିଯାଇଛି । ଗତ ୩ ଦିନ ତଳେ ଅପହୃତ ହୋଇଥିବା ଡିଆରଜି ଜବାନଙ୍କ ସବ୍ ଇନିସ୍ପେକ୍ଟର ମୁରଲି ତାତିଙ୍କୁ ନକ୍ସଲ ମାନେ ଅପହରଣ ପରେ ପ୍ରଜାକୋର୍ଟରେ ଦୋଷୀ ସାବ୍ୟସ୍ତ କରି ହତ୍ୟା କରିଛନ୍ତି । ଛତିଶଗଡ଼ ବିଜାପୁର କୁସୁମପାରା ଅଞ୍ଚଳରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଗତ ୨୧ ତାରିଖରେ ମୁରଲୀ ତାତିଙ୍କୁ ଅପହରଣ କରିଥିଲେ ମାଓବାଦୀ । ମେଳା ଦେଖବାକୁ ପାଲନାଡି ଯାଇଥିବା ବେଳେ ମାଓବାଦୀମାନେ ତାଙ୍କୁ ଅପହରଣ କରିଥିଲେ । ସୂଚନା ମୁତାବକ ଜଗଦଲପୁର ଠାରେ କାର୍ଯ୍ୟରତ ଥିବା ଏସ.ଆଇ. ମୁରଲି ତାତି ଗତ ଏକ ମାସ ଧରି ଛୁଟିରେ ନିଜ ଘର ବିଜାପୁର ଜିଲ୍ଲାର ଗାଙ୍ଗାଲୁର ଥାନା ଅନ୍ତର୍ଗତ ପାଲନାଡ ଗାଁକୁ ଯାଇଥିଲେ । କିନ୍ତୁ ଗତ ୨୧ ତାରିଖ ଦିନ ପାଲନାଡ ଗାଁ ନିକଟରେ ଏକ ମେଳା ଦେଖବାକୁ ମୁରଲି ତାତି ଯାଇଥିଲେ ସେଠାରେ ମାଓବାଦୀଙ୍କ ଦ୍ଵାରା ଅପହୃତ ହୋଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More