ଚୋରି ମାମଲାରେ ଦୁଇ ଯୁବକ ଗିରିଫ

13

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : )-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିବା ଅଭିଯୋଗରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ସୂଚନା ପ୍ରକାରେ ଚଳିତ ମାସ ପାଞ୍ଚ ତାରିଖ ରାତ୍ର ଚକଲାପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଥିବା କମ୍ପ୍ୟୁଟର ସହ ଉପକରଣକୁ କିଛି ଦୁର୍ବୁତ୍ତ ଚୋରି କରି ଫେରାର ହୋଇଯାଇଥିଲେ।ତା ପର ଦିନ ସ୍ଥାନୀୟ ସରପଞ୍ଚ ଝରିଗାଁ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।ଝରିଗାଁ ଆଇଆଇସି ତପନ କୁମାର ପତିଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଲଷ୍ମୀ ନାରାୟଣ ଦୋରା ଘଟଣାର ତଦନ୍ତ କରିଥିଲେ।ପ୍ରାଥମିକ ତଦନ୍ତ ପରେ ଚକଲାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଟୁପକନା ଗ୍ରାମର କୁମର ଜାନୀ(୨୪),ଧନାର ଜାନୀ(୨୬) ଏବଂ ଚାବିଲାଲ ପୂଜାରୀ(୨୫) ପ୍ରମୁଖ ଚୋରି କରିଥିବା କୌଣସି ସୂତ୍ରରୁ ଝରିଗାଁ ପୋଲିସ ଖବର ପାଇ ଗତକାଲି ଚଟୁପକନା ଗ୍ରାମରେ ଚଢ଼ାଉ କରିଥିଲେ।ଝରିଗାଁ ପୋଲିସ ଟିମ ଚଟୁପକନା ଗ୍ରାମରୁ କୁମର ଏବଂ ଧନାରକୁ ଗିରଫ କରିଥିବା ବେଳେ ଚାବିଲାଲ ଫେରାର ହୋଇଯାଇଥିଲା।ସେହିପରି ସିପିୟୁ ଏବଂ ୟୁପିଏସକୁ ଉଦ୍ଧାର କରି ଝରିଗାଁ ଥାନାକୁ ଆଣିଥିଲେ।ଆଜି ସକାଳୁ ଦୁଇ ଜଣ ଯୁବକଙ୍କୁ ଝରିଗାଁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More