ଚୁଡଙ୍ଗସାହି ବଡୁ ମହାପାତ୍ର ଯାଗା ନିକଟରେ ଡକାୟତି ଯୋଜନା, ୫ ଗିରଫ

98

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚୁଡଙ୍ଗସାହି ବଡୁ ମହାପାତ୍ର ଯାଗା ନିକଟରେ ଡକାୟତି ଯୋଜନା ଅଭିଯୋଗରେ ଟାଉନ ଥାନା ଦ୍ୱାରା 5 ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ମାନେ ହେଲେ ଷ୍ଟେସନ ରୋଡ ଘୋଡାବଜାରର ଚନ୍ଦନ ନାୟକ 20, ଚେଙ୍ଗା ଓରଫ କାର୍ତ୍ତିକ ନାୟକ 26, ବାଲିନୋଳିଆ ସାହି ରାଜମା ସାହିର ଗୁଲୁ ଓରଫ ମାନସ କୁମାର ବେହେରା 24, ଦୋଳବେଦୀ କୋଣ ନୂଆ ପାଟଣା ସାହିର ବାଦଲ ଓରଫ ସନ୍ତୋଷ ରାଉତ 19 ଓ ଗୋଖାସାହିର କାଲୁଆ ଓରଫ ଦିପୁ ବେହେରା 28 l ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଟୁରୀ, ଛୁରୀ, ଚାପଡ଼ ଓ ଆଇରନ ରଡ଼ ଜବତ କରାଯାଇଛି l ଆଜି ସକାଳେ ପୁଲିସ ପକ୍ଷରୁ ପେଟ୍ରୋଲିଂ ବେଳେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ନେଇ ପୁଲିସ ଖବର ପାଇ ଚଢ଼ାଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ l ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଡକାୟତି ଯୋଜନା ମାମଲାରେ 9/2024 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More