ଚିକିର ମୃତ୍ୟୁକୁ ନେଇ ସସପେନ୍ସ, ପୋଲିସର ତଦନ୍ତ ଜାରି

120

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ ) : – ଅସ୍ତରଙ୍ଗରେ ବଧୂ ହତ୍ୟା ଅଭିଯୋଗ ଦିନକୁ ଦିନ ବଢୁଛି । ନାରୀ ନିର୍ଯାତନା ସହିତ ବଧୂହତ୍ୟା, ଏହିଭଳି ଏକ ଦୁଃଖଦ ଘଟଣାର ଦୃଶ୍ୟ ଦେଖିବାକୁ ମିଳୁଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଞ୍ଚାୟତ ବାଲିଡିଆ ଗ୍ରାମରେ। ଏହି ଗ୍ରାମରେ ୨୫ବର୍ଷର ବଧୂ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ହତ୍ୟା ନା ଆତ୍ମହତ୍ୟା ସମ୍ପୂର୍ଣ୍ଣ ଘଟଣା ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ଓ ଅସ୍ତରଙ୍ଗ ପୋଲିସର ତଦନ୍ତ ଆରମ୍ଭ ହୋଇଛି । ପରେ ଘଟଣାର ସତ୍ୟତା ଜଣାପଡ଼ିବ । ବୋହୂର ବାପା ଘଟଣା ସମ୍ପର୍କରେ ଅସ୍ତରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ଅସ୍ତରଙ୍ଗ ପୋଲିସର ତଦନ୍ତ ସହିତ ବୋହୁର ଶ୍ବଶୁର ଓ ଦେଢଶୁରକୁ ରାତିରେ ଥାନାକୁ ଆଣି ଅଟକ ରଖି ପଚରା ଉଚରା ଜାରୀ ରଖିଛି ।ଝାଡ଼ଲିଙ୍ଗ ଗ୍ରାମର ଚିକି ପରିଡା ବାଲିଡିଆ ଗ୍ରାମର ବୁବୁ ବେହେରାଙ୍କୁ ଛଅ ବର୍ଷ ପୂର୍ବେ ବୈଦିକ ରୀତି ନୀତିରେ ବିବାହ କରିଥିଲେ । ଚିକିଙ୍କ ବାପା କହିବା ଅନୁସାରେ କିଛି ଦିନ ତଳେ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ମାନସିକ ନିର୍ଯ୍ୟାତନା ଦିଆଯାଇଥିଲା, ଶ୍ଵଶୁର ଘରେ ଝଗଡା ହୋଇଥିଲା, ନିଜେ ତାଙ୍କ ବାପା ଆସି ଆପୋଷ ବୁଝାମଣା କରିଥିଲେ, କିନ୍ତୁ ଗତକାଲି ଝିଅର ଶଶୁର ଘର ଗ୍ରାମରୁ ଖବର ଆସିଥିଲା ତମ ଝିଅ ବେକରେ ରାଶି ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ଚିକିଙ୍କ ବାପା ଓ ପରିବାର ଲୋକ ଘଟଣା ସ୍ଥଳରେ ପହଂଚି ଥିଲେ ଓ ଅସ୍ତରଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଯୌତୁକ ନିର୍ଯ୍ୟାତନା ପାଇଁ ଏଭଳି ଘଟଣା ହୋଇଛି ବୋଲି ଚିକିଙ୍କ ପରିବାର ସନ୍ଦେହ କରୁଥିବା ବେଳେ, ତାଙ୍କ ସ୍ୱାମୀ ଏ ଖବର ପାଇ ଭୁବନେଶ୍ୱରରୁ ଆସୁଥିବା ବେଳେ ନିମାପଡାରେ ଗାଡିରୁ ପଡିଯାଇଥିଲେ, ଯାହା ଚିକିଙ୍କ ଶଶୁର ଘର ଲୋକ ପୋଲିସକୁ ମତାମତ ଦେଇଛନ୍ତି । ଏହା ଏକ ସଡଯନ୍ତ୍ର ହତ୍ୟା କାଣ୍ଡ ନା ମାନସିକ ଚାପରେ ବୋହୂ ଆତ୍ମହତ୍ୟା କରିଛି ତାହା ଅଧିକ ତଦନ୍ତ ପରେ ଜଣାପଡିବ। ପୋଲିସ ଘଟଣା ସ୍ଥଳରେ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ଚାରିଛକ ପଠାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More