ଚାକିରୀର ପ୍ରଲୋଭନ ଦେଖାଇ ବାହାର ରାଜ୍ୟରେ ଦୁଇ ଭଉଣୀଙ୍କୁ ବିକି ଦେଇଥିଲା ଖୁଡି, କିଣିଥିବା ଜଣେ ଯୁବକ ଗିରଫ, ମୂଖ୍ୟ ଆସାମୀ ଫେରାର

150

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : – – ଚାକିରୀର ପ୍ରଲୋଭନ ଦେଖାଇ ଦୁଇ ଭଉଣୀଙ୍କୁ ନିଜ ଖୁଡି ୨ ଲକ୍ଷ ୨୦ ହଜାର ଟଙ୍କାରେ ବିକି ଦେଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ବାମନଘାଟି ଉପଖଣ୍ଡ ବିଶୋଇ ଅଞ୍ଚଳରେ। ସୂଚନା ମୁତାବକ ବିଶୋଇ ଥାନା ଅଞ୍ଚଳର ଶୋଭା ରାମ ନାଏକଙ୍କ ଦୁଇ ଝିଅ ରୀତା ନାଏକ (୨୩) ଓ ଲକ୍ଷ୍ମୀ ନାଏକ (୨୦)ଙ୍କୁ ଗ୍ରାମର ଦେବଜାନୀ (୩୫)ନାମକ ଏକ ମହିଳାଓ ବାପି ଓରଫ୍ ରାଜୁ (୪୭) ନାମକ ଏକ ଦଲାଲ ରାଉରକେଲାରେ ଚାକିରି କରାଇ ଦେବ କହି ବାପା ଶୋଭା ରାମଙ୍କୁ କହି ଡିସେମ୍ବର ୬ ତାରିଖ ଦିନ ଏକ ଘରୋଇ ବସ ଯୋଗେ ରାଉଲକେଲାକୁ ନେଇ ଯାଇଥିଲେ। ପରେ ରାଜସ୍ଥାନରେ ଟ୍ରେନିଂ ଦିଆଯିବ କହି ରାଉରକେଲାରୁ ଟ୍ରେନ ଯୋଗେ ରାଜସ୍ଥାନକୁ ବାପି ୩ ଜଣକୁ ନେଇ ଏକ ଲଜରେ ରଖିଥିଲା। ପରେ ଝିଅ ମାନଂକ କହିବା ମୁତାବକ ସେଠାରେ ସେମାନଙ୍କୁ ବିକ୍ରୀ କରିଦେଇ ପଳାଇ ଆସି ଏବେ ଫେରାର ରହିଥିବା ଜଣାପଡିଛି। ତେବେ କୌଣସି ଉପାୟରେ ଝିଅ ବାପାଙ୍କୁ ଫୋନ୍ ଯୋଗେ ଜଣାଇଥିଲେ କି ଆମ ଦୁଇ ଭଉଣୀକୁ ବାପି ଓ ଦେବଜାନୀ ଏଠାରେ ବିକ୍ରି କରି ଦେଇଅଛି। ଝିଅର ଫୋନ୍ ପାଇ ଶୋଭା ରାମ ବିଶୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ବିଶୋଇ ଥାନା ଅଧିକାରିଣୀ ମିନି ଭୋଇ ଫୋନ୍ ନମ୍ୱରକୁ ଟ୍ରାକିଙ୍ଗ୍ କରି ଗତ ୮ ତାରିଖ ଏସ୍ ଆଇ ଘନଶ୍ୟାମ ମଲ୍ଲିକଙ୍କ ନେତୃତ୍ବରେ କନେଷ୍ଟବଳ ଗଣେଶ୍ଵର ମହାନ୍ତ, କନେଷ୍ଟବଳ ଜାମିନୀ ବାରିକ୍,ଓ ଗୃହରକ୍ଷୀ ଅନିଲ ସେଠୀଙ୍କୁ ନେଇ ଏକ ଟିମ୍ ରାଜସ୍ଥାନକୁ ଯାଇ ଲକ୍ଷ୍ମୀକୁ ରାଜସ୍ଥାନ ଓ ରୀତାକୁ ମଧ୍ୟପ୍ରଦେଶରରୁ ସଫଳତାର ସହିତ ଉଦ୍ଧାର କରି ବୁଧବାର ଅପରାହ୍ନରେ ବିଶୋଇ ଥାନାରେ ପହଞ୍ଚିଥିବା ବେଳେ ଲକ୍ଷ୍ମୀ କୁ କିଣିଥିବା କ୍ରିପାଲ୍ ନାମକ ଜଣେ ବ୍ୟକ୍ତିକୁ ମଧ୍ୟ ଗିରଫ କରିଛି ପୋଲିସ। ତେବେ ଗୁରୁବାର ସମସ୍ତଙ୍କୁ ଡ଼ାକ୍ତରୀ ମାଇନା କରାଇ ରାଇରଙ୍ଗପୁର କୋର୍ଟକୁ ପଠାଯାଇ ଥିଲା।ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ନିରୋଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More