ଚନ୍ଦନପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ହୋଇଥିବା ବୋମାମାଡର ମୁଖ୍ୟ ଅଭିଯୁକ୍ତ ଗିରଫ

64

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚନ୍ଦନପୁର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ହୋଇଥିବା ବୋମା ମାଡ ଘଟଣାରେ ଚନ୍ଦନପୁର ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ତେବେ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବା କୁ ଅଭିଯୁକ୍ତ ସିମେଣ୍ଟ ଦୋକାନ ଉପରେ ବୋମା ମାଡର ମୁଖ୍ୟ କାରଣ ବୋଲି ପୋଲିସ ଖବରଦାତା ସମ୍ମଳନୀରେ ସୂଚନା ଦେଇଛି । ସଦର ଏସ୍‌ଡିପିଓ ରବି ନାରାୟଣ ଭଞ୍ଜ ସୂଚନା ଦେଇ କହିଛନ୍ତି କି ସୋମବାର ରାତିରେ ଚନ୍ଦନପୁର ଥାନା ଅଞ୍ଚଳରେ ଏକ ବୋମା ମାଡ ଘଟିଥିଲା । ଯାହାକୁ ନେଇ ମୈାସୁମୀ ସାହୁ ଥାନରେ ଏକ ମାମଲା ରୁଜୁ କରିଥିଲେ । ଏତଲାକୁ ଭିତି କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ପୁରୁଣା ଶତ୍ରୁତ୍ରାକୁ କେନ୍ଦ୍ର କରି ବୋମା ମାଡ ହୋଇଛି । ଅଭିଯୋଗ କରିଥିବା ମୈାସୁମୀ ଙ୍କ ଶଶୁର ନିରଜଂନ ସାହୁଙ୍କ ଏକ ସିମେଣ୍ଟ ରଡ ଦୋକାନ ଚନ୍ଦନପୁର ସ୍ଥିତ ସିଡି ଛକ ଠାରେ ରହିଛି । ତେବେ ଉକ୍ତ ଦୋକାନ ନିକଟରେ ଶରତ କୁମାର ସାହୁଙ୍କ ଘର ଥିଲା । ଅଧିକାଂଶ ସମୟରେ ଦୋକାନକୁ ମାଲ ନେଇ ଆସୁଥିବା ଟ୍ରକ ଗୁଡିକ ଶରତଙ୍କ ଘର ଆଗରେ ରହୁଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା ।ଏହାରି ଭିତରେ ନିରଂଜନଙ୍କ ଦୋକନରେ ଜଣେ ବୃଦ୍ଧା କାର୍ଯ୍ୟ କରୁଥିଲେ । ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ବୃଦ୍ଧାଙ୍କ ମୃତ୍ୟୁ ପଛରେ ଶରତର ହାତଥିବା ନିରଜଂନ ଓ ବୃଦ୍ଧାଙ୍କ ପରିବାର ଅଶଙ୍କା କରିଥିଲେ । ପରବର୍ତ୍ତୀ ସମୟରେ ଶରତଙ୍କୁ ହତ୍ୟା କରାଯାଇଥିଲା । ଏନେଇ ୨୦୧୮ ମସିହାରେ ଚନ୍ଦନପୁର ଥାନାରେ ୧୬୯/୧୮ରେ ଏକ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କିଛି ଅଭିଯୁକ୍ତ ମଧ୍ୟ ଜେଲ ଯାଇଥିଲେ । ଶରତର ପୁଅ ସରଜ ବଡ ହେବା ପରେ ବାପାର ମୁତ୍ୟର ପ୍ରତିଶୋଧ ନେବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ଅନେକ ସମୟରେ ସରଜ ମୈାସୁମୀଙ୍କୁ ଧମକ ଦେବା ସହ ଦାଦାବଟି ମାଗୁଥିଲା । କିଛିଦିନ ତଳେ ପବିତ୍ର ମଲୀକ୍ ଙ୍କ ସହ ସରୋଜ ର ବନ୍ଧୁତା ହୋଇଥିଲା । ତେବେ ପବିତ୍ର ବାପା ରବିନ୍ଦ୍ର ମଲ୍ଲିକ ଶତର ସାହୁ ହତ୍ୟା କାଣ୍ଡରେ ସାମିଲ ରହିଥିଲା । ଉପଯୁକ୍ତ ଟଙ୍କା ନମିଳିବାରୁ ପବିତ୍ର ମଧ୍ୟ ସରୋଜକୁ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥିଲ । ସୋମବାର ରାତିରେ ଉଭୟ ଏକ ବାଇକ୍ ଯୋଗେ ସିମେଣ୍ଟ ଗୋଦାମକୁ ଯାଇ ଦାଦାବଟି ମାଗିବା ସହ ବୋମା ମାଡ କରିଥିଲେ । ବୋମା ମାଡ କରି ଘଟଣା ସ୍ଥଳରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପବିତ୍ର ଗାଡିରୁ ପଡି ଆହାତ ହୋଇଥିଲା । ସ୍ଥାନୀୟ ଲୋକ ପବିତ୍ରକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ପବିତ୍ରକୁ ପୁରୀ ମେଡିକାଲରେ ଭତ୍ତି କରିଥିବା ବେଳେ ମୈାସୁମୀଙ୍କ ଏଲତା କ୍ରମେ କେସ ୯୯/୨୪ ରେ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ସରୋଜକୁ ଧରିବାକୁୂ ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ପୋଲିସ ଅଭିଯୁକ୍ତ ସରୋଜକୁ ଗିରଫ କରିବା ସହ ତା ନିକଟରୁ ବ୍ୟବହାର ହୋଇଥିବା ବାଇକ ଓ ଦୁଇଟି ଜୀବନ୍ତ ବୋମା ଜବତ କରିଛି । ତେବେ ବୋମା ଜୁଡିକୁ ଅଭିଯୁକ୍ତ ମାନେ ନିଜେ ହାତରେ ତିଆରି କରିଥିବା ଅଭିଯୁକ୍ତ ସ୍ୱାକର କରିଛି । ଅଭିଯୁକ୍ତ ସରଜକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ସହଯୋଗୀ ପିବତ୍ର ସୁସ୍ଥ୍ୟ ହେବା ପରେ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ଭଞ୍ଜ ସୂଚନା ଦେଇ କହିଛନ୍ତି । ଖବରଦାତା ସମ୍ମିଳନୀରେ ଚନ୍ଦନପୁର ଥାନା ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More