ଜଗନ୍ନାଥ ପ୍ରସାଦ ( ସଂଘର୍ଷ ମିଡିଆ ) : ବହୁ ଦିନର ବ୍ୟବଧାନ ପରେ ପୁଣି ମାତିଲେ ଲୁଟେରା । ଘର ଭିତରେ ପଶି ପେଢ଼ି ତାଲା ଭାଙ୍ଗି, ଲୁଟିନେଲେ ନଗଦ ଟଙ୍କା ସହ ସୁନା ଗହଣା । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ଗେରେଡା ପଞ୍ଚାୟତର ଭୁସୁଭୂଷା ଓ କେପିଟି ଗ୍ରାମରେ । ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଭୁସୁଭୁସା ଗ୍ରାମର ଲୋକମାନେ ଖାଇସାରି ସୋଇଥିବା ସମୟରେ କେହି ଦୂର୍ବୁତ ଘର ଭିତରେ ପଶି ପ୍ରାୟ ପାଞ୍ଚ ପରିବାର ର କଳାକନା ବୁଲେଇଥିବା ଲିଖିତ ଅଭିଯୋଗ ହୋଇଛି ତାରାସିଙ୍ଗି ଥାନାରେ । ଗ୍ରାମର ସିମାଞ୍ଚଳ ପାତ୍ରଙ୍କ ଘରୁ ନଗଦ ପାଞ୍ଚ ହଜାର ଟଙ୍କା ଏବଂ ଏକ ସୁନା ହାର ସମେତ ଅନେକ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସେହିପରି ନବୀନ ପାତ୍ର, ସନାତନ ପାତ୍ର, ମାଳତୀ ପାତ୍ର, ଓ ଗୋପୀ ପାତ୍ରଙ୍କ ଘରୁ ଆସବାବ ପତ୍ର ସହ ଟଙ୍କା ମଧ୍ୟ ଚୋରି ହୋଇଛି । ପରେ ଘଟଣା ସ୍ଥଳରେ ତାରାସିଙ୍ଗି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ପୋଲିସ ପେଟ୍ରୋଲିଂ ଯଦି ଅଧିକ କଡ଼ାକଡ଼ି ହୁଅନ୍ତା ତେବେ ଆଗାମୀ ଦିନରେ ଏଭଳି ଘଟଣା ଲୋକଲୋଚନକୁ ହୁଏତ ନ ଆସିପାରେ ବୋଲି ସ୍ଥାନୀୟ ରେ ମତ ପ୍ରକାଶ ପାଇଛି ।