ସାଲେପୁର (ସଂଘର୍ଷ ମିଡିଆ ) : ଘରୋଇ କଳିକୁ କେନ୍ଦ୍ରକରି ଝିଆରୀକୁ ମାଡ ସହ ଘରେ ପୁରାଇ ଅଟକ।ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା କୁସମ୍ଭି ଗ୍ରାମରେ। ପ୍ରେମାନନ୍ଦ ରାଉତରାୟଙ୍କ ଝିଅ ମେହେକ ପ୍ରିୟଦର୍ଶୀନି ମାମୁଁ ଘରୁ ଆସି ନିଜ ସମ୍ପର୍କୀୟ ଜେଜେବାପାଙ୍କୁ ଦେଖାକରିବାକୁ ଯାଇଥିବାବେଳେ ନିଜ ସମ୍ପର୍କୀୟ ବଡବାପା ଗୌରହରି ରାଉତରାୟଙ୍କ ପୁଅ ଭାସ୍କର ରାଉତରାୟ ମାଡ ମାରିବାସହ ଘରେ ପୁରାଇ ଅଟକ ରଖିଥିଲା। ଏହି ଘଟଣାରେ ଝିଅର ବାପା ମା ଝିଅକୁ ଉଧାର କରିବାକୁ ଯାଇଥିଲା ବେଳେ ତାଙ୍କୁ ମାଡ ମାରିବା ସହ ଘରେ ପୁର ମଧ୍ୟ ଅଟକ ରଖିଥିଲେ କୈଣସି ସୁତ୍ରରୁ ସାଲେପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାରକରି ସାଲେପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା।ଏନେଇ ସ୍ୱର୍ଣ୍ଣ ପ୍ରଭା ରାଉତରାୟ ଥାନାରେ ଲିଖିତ ଆଭିଯୋଗ କରିଛନ୍ତି। ଅଭିଯୋଗ ପାଇ ସାଲେପୁର ପୋଲିସ ତଦନ୍ତଆରମ୍ଭ କରିଛି।