ରାଜଗାଙ୍ଗପୁର ( ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଥାନା କୁଟଣିଆ ପଞ୍ଚାୟତ ସୋନଖନୀ ଅଂଚଳରେ ଘରୋଇ କୋଲହରୁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ଜାଇରମ ମାଝୀ ସନ୍ଦ୍ୟା ପାଞ୍ଚ ଟା ସମୟରେ ଘରେ ଥିବା ବେଳେ ଆଖପାଖ ଲୋକେ ତାଙ୍କ ଘରେ ହୋ ହଲା ହେଉଥିବା ଜାଣିପାରିଥିଲେ ଏବଂ ଜାଇରମ ମାଝୀ ବିଷ ପିଇ ଛଟପଟ ହେଉଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ରାଜଗାଙ୍ଗପୁର ସରକାରୀ ଚିକତ୍ସାଳୟ ଆଣିଥିଲେ । ସେଠାରେ ତାଙ୍କ ଅବସ୍ଥା ସଂକଟାପନ ହେବାରୁ ତାଙ୍କୁ ଡାକ୍ତର ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ପଠେଇ ଥିଲେ । ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ ।