ଗୋଟିଏ ଜୀବିତ ହରିଣ ଛୁଆ ଉଦ୍ଧାର ସହ ହରିଣ ମାଂସ ଜବତ, ୩ ଗିରଫ

113

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – – ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ବାତି ଏସ କୁମାର ଏବଂ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ସୀମାନ୍ତରେ ଥିବା ନାକା ପଏଣ୍ଟ ଓ ବନାଚଞ୍ଚରେ ଉଭୟ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବେ ଯାଞ୍ଚ କରାଯାଇଛି।ମଙ୍ଗଳବାର ମଧ୍ୟ ରାତ୍ର ପ୍ରାୟ ଗୋଟାଏ ସମୟରେ ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଓଡ଼ିଶା ସୀମାନ୍ତର ଲାବଣ୍ୟଗଡ଼ ନାକା ପଏଣ୍ଟରେ ଗାରାବନ୍ଧ ଥାନା ଅଧିକାରୀ ରୀନା ରାଣି ସାହୁଙ୍କ ନେତୃତ୍ୱରେ ଏସ୍ ଆଇ ନାରାୟଣ ଦାସ ଏବଂ ବହୁ ପୋଲିସ କର୍ମଚାରୀ ଯାଞ୍ଚ କରୁଥିବା ବେଳେ ଆନ୍ଧ୍ର ପଟରୁ ଆସୁଥିବା ଦୁଇଟି ବାଇକକୁ ଅଟକାଇ ଯାଞ୍ଚ କରିଥିଲେ।ଯାଞ୍ଚ ସମୟରେ ତିନି ଚାଲାଣକାରୀ ହରିଣ ମାଂସ ଏବଂ ଗୋଟିଏ ଜୀବିତ ହରିଣ ଛୁଆକୁ ଧରି ଥିବା ଦେଖିବାକୁ ପାଇ ଥିଲେ।ଏହି ସମୟରେ ରମ୍ପା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ମହେନ୍ଦ୍ର ବନାଚଞ୍ଚର ଅଧିକାରୀଙ୍କୁ ସୂଚନା ଦେବା ସହ ଉକ୍ତ ଘଟଣାକୁ ହସ୍ତାନ୍ତର କରିଥିଲେ।ତୁରନ୍ତ ଏ ସି ଏଫ ଅରୁଣ କୁମାର ସାହୁଙ୍କ ସମେତ ମହେନ୍ଦ୍ର ରେଞ୍ଜର ଅଧିକାରୀ ଅମିତ ସୁଭ୍ରଜିତ,ଗାରାବନ୍ଧ ଫରେଷ୍ଟର ଦୁର୍ଯ୍ୟୋଧନ ଜେନା, ନାରାୟଣ ପୁର ଫରେଷ୍ଟର ଏମ୍ କାମେଶ ପହଞ୍ଚି ହରିଣ ମାଂସ ସହ ଗୋଟିଏ ଜୀବିତ ହରିଣ ଛୁଆ, ଚାଲାଣରେ ବ୍ୟବହାର ହୋଇଥିବା ଦୁଇଟି ବାଇକ ଜବତ ସହ ଘଟଣାରେ ସଂପୂର୍କ୍ତ 3 ଜଣଙ୍କୁ ଗିରଫ କରିଥିଲେ। ଉଦ୍ଧାର ହରିଣ ଛୁଆକୁ ଗୁରାଣ୍ଡି ସ୍ଥିତ ପଶୁ ଚିକିତ୍ସାଳୟରେ ରଖାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଥିବା ବେଳେ ପଶୁ ଚିକିତ୍ସକ ଫିଟ ନେସ ପତ୍ର ଦେବା ପରେ ବନ ବିଭାଗ ପକ୍ଷରୁ ଉକ୍ତ ହରିଣ ଛୁଆକୁ ପୁଣି ଜଙ୍ଗଲରେ ଛଡ଼ାଯିବ।ସେହିପରି ଜବତ ହରିଣ ମାଂସକୁ ବନ୍ୟ ପ୍ରାଣୀ ଆଇନ ପ୍ରକାରେ ପୋତା ଯିବ ବୋଲି ବିଭାଗ ସୂତ୍ରରୁ ପ୍ରକାଶ।ଏ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମହେନ୍ଦ୍ର ବନାଚଞ୍ଚ ଅଧିକାରୀ ଅମିତ ଶୁଭ୍ରଜିତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More