ପୁରୀ(ସଂଘର୍ଷ ମିଡିଆ) : – କଣ୍ଠପୁର ରୋଡ ସମଙ୍ଗ ପାର୍କିଂ ନିକଟରୁ ସଦର ଥାନା ଦ୍ୱାରା ଗଞ୍ଜା ଜବତ, ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ କଣ୍ଠପୁର ମଙ୍ଗଳାପୁରର ପୂର୍ଣଚନ୍ଦ୍ର ଦାସ 45 l ପୂର୍ଣଚନ୍ଦ୍ର ଠାରୁ ଏକ କେଜି 100ଗ୍ରାମ ଗଞ୍ଜା ସହ ଓଡି 13ଜି 2580 ନମ୍ବର ବିଶିଷ୍ଟ ବାଇକ ଜବତ କରାଯାଇଛି l ଅଭିଯୁକ୍ତ ଗଞ୍ଜା ନେଇ ବାଇକ ଯୋଗେ କାରବାର ପାଇଁ ଯାଉଥିବା ବେଳେ ସଦର ଥାନା ପୁଲିସ ଖବର ପାଇ ଚଢ଼ାଉ କରି ଧରିଥିଲେ l ଅଭିଯୁକ୍ତ ବିରୁଦ୍ଧରେ ଏନଡିପିଏସ ଆକ୍ଟରେ 9/2025 ନମ୍ବର ମାମଲା ରୁଜୁ କରାଯାଇ ଆଜି ଅପରାହ୍ନ 4ଟାରେ କୋର୍ଟ ଚାଲାଣ କରାଯାଇଥିଲା l