କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

47

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) :କଟକ କେନ୍ଦ୍ରୀୟ ଅବକାରୀ ଗୋଇନ୍ଦା ବିଭାଗ ଦ୍ୱାରା ବ୍ରାଉନ ସୁଗାର ଜବତ ସହ ଜଣେ ଗିରଫ ହୋଇଛି । ଗତ ୨ ଦିନତଳେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ୩୨୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା ବେଳେ ଆଜି କଟକ ସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ଟିମ ଭଦ୍ରକ ଚରମ୍ପା ବଉଳପୋଖରୀ ଅଂଚଳରୁ ୧୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ।ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରିଛି ଗୋଇନ୍ଦା ଟିମ । ଗିରଫ ବ୍ୟକ୍ତି ହେଲେ ବଉଳପୋଖରୀ ଗ୍ରାମର ରଘୁଧର ମଳିକ। ଜବତ ବ୍ରାଉନ ସୁଗାରର ମୂଲ୍ୟ ୧୭ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରଘୁଧର ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ଅଂଚଳରୁ ବ୍ରାଉନ ସୁଗାର ଆଣି ଚରମ୍ପା ବଉଳପୋଖରୀ ଅଂଚଳରେ କାରବାର କରୁଥିଲେ। ଏହି ଖବର କଟକ ସ୍ଥିତ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ପାଇବା ପରେ ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦାର ଇନ୍ସପେକ୍ଟର ଜଗଦୀଶ ପ୍ରସାଦ ସାମଲଙ୍କ ନେତୃତ୍ୱରେ ଏକ ୭ ଜଣିଆ ଟିମ ଆସି ଜଗି ରହି ରଘୁଧର ପାଖରୁ ୧୭୦ ଗ୍ରାମର ବ୍ରାଉନ ସୁଗାର ଜବତ କରି ଆସାମୀକୁ ଗିରଫ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More