କରୋନା ସର୍ଭେ ବାହାନାରେ ଦିନ ୧୦ ସମୟରେ ଘରେ ପଶି ଲୁଟିଲେ ଦୁର୍ବୁତ୍ତ

45

Get real time updates directly on you device, subscribe now.

ପଟ୍ଟାମୁଣ୍ଡାଇ(ସଂଘର୍ଷ ମିଡିଆ ) : ପଟ୍ଟାମୁଣ୍ଡାଇ ଥାନା ମୂଳୁବସନ୍ତ ପଞ୍ଚାୟତ ଅନ୍ତର୍ଗତ ନସିପୁର ଗାଁର କୁଳମଣି ରାଉତଙ୍କ ଘରେ ପଶି ସୁନାଗହଣା ସମେତ ମୂଲ୍ୟବାନ ଆସବାବପାତ୍ର ଲୁଟି ନେଲେ ଦୁର୍ବୁତ୍ତ । ଖବର ମୁତାବକ କୁଳମଣି ରାଉତ ଓ ପୁଅ ପଟ୍ଟାମୁଣ୍ଡାଇ ବଜାର ନିକଟସ୍ଥ ନିଜ ତେଜରାତି ଦୋକାନକୁ ଜାଇଥିଲେ। ସେହି ସୁଜଗରେ ୩ ଜଣ ବ୍ୟକ୍ତି ଆସି ଘରକବାଟକୁ ଠକ୍ ଠକ୍ କରିଥିଲେ ସେହି ସମୟରେ କୁଳମଣି ଙ୍କ ପତ୍ନୀ ରଙ୍ଗଲତା ତିନି ବର୍ଷର ନାତୁଣୀକୁ ଖୁଆଉଥିଲେ। ହଠାତ୍ ତିନିଜଣ ଘରଭିତରକୁ ଆସି କହିଥିଲେ ଆମେ କରୋନା ସର୍ବେ କରିବାପାଇଁ ଆସିଛୁ ଆପଣଙ୍କ ଆଧାର କାର୍ଡ ଦିଅନ୍ତୁ। ରଙ୍ଗଲତା କହିଥିଲେ ଆଧାର କାର୍ଡ ମୋପାଖରେ ନାହିଁ କହି ସ୍ବାମୀ କୁଳମଣି ଙ୍କ ପାଖକୁ ଫୋନ୍ କରିବାପାଇଁ ଚେଷ୍ଟା କରିଥିଲେ ଠିକ୍ ସେହି ସମୟରେ ତିନିଜଣ ଦୃର୍ବୁତ୍ତ ଫୋନ୍ ଛଡ଼ାଇ ନେଇଥିଲେ ପରେ ରଙ୍ଗଲତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ତିନିବର୍ଷର ଝିଅ ବେକରେ ଛୁରି ଲଗାଇଥିଲେ ଓ ଝଞ୍ଜିର ରେ ବନ୍ଧା ହୋଇଥିବା କୁକୁରକୁ କବାଟ ବନ୍ଦ କରିଦେଇ ଘରେ ଥିବା ଗଡ଼ରେଜ୍ ଓ ଆଲମାରି ଓ ବକ୍ସ୍ ଖଟ ଭାଙ୍ଗି ସମସ୍ତ ଜରୁରୀ କାଗଜପତ୍ର ସହୀତ ସମସ୍ତ ଟଙ୍କା ସୁନା ନେଇ ଫେରାର ହୋଇଯାଇଥିଲେ। ଏନେଇ ରଙ୍ଗଲତା ସମସ୍ତ କଥା ନିଜ ସ୍ବାମୀଙ୍କୁ ଜଣାଇଥିଲେ। କୁଳମଣି ସମସ୍ତ କଥା ସୁଣି ସାରିବାପରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରାକେଶ କୁମାର ତ୍ରିପାଠୀ ଘଟଣାସ୍ଥଳରେ ପହଁଚି ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛନ୍ତି। ଏପଟେ ସରକାରଙ୍କ କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ପୋଲିସ ଟିମ୍ କୁ ସମସ୍ତ ଅଗ୍ରାଧିକାର ଦେଇଥିବା ବେଳେ ଏଭଳି ହାଇ ପ୍ରୋଫାଇଲ୍ ଲୁଟେରାଙ୍କ ଅମାନୁଷିକ କାଣ୍ଡ ପାଇଁ ବୁଦ୍ଧିଜୀବୀ ଙ୍କ ଠାରୁ ଆରମ୍ଭ କରି ସାଧାରଣ ରେ ନିନ୍ଦା କରାଯାଇଛି। ଏହି ତିନି ବର୍ଷର ଛୋଟପିଲାଟି ଏତେ ଡରିଜାଇଛି ସୁଣନ୍ତୁ କେମିତି କାନ୍ଦୁଛି। ଏବେ ଦେଖିବାକୁ ବାକି ରହିଲା ସମସ୍ତ ପୋଲିସ ଡିପାଟମେଣ୍ଟ୍ କରୋନା ମହାମାରୀ ପାଇଁ ଯୋଦ୍ଧା ସାଜି କରୋନାକୁ ପରାସ୍ତ କରିବା ପାଇଁ ଦିନ ରାତି ଏକ କରି ଲଢ଼ୁଥିବା ବେଳେ ଏହିଭଳି ଘଡିସନ୍ଧି ମୁହୂର୍ତ୍ତରେ ତିନି ଲୁଟେରା ଲୁଟ୍ କରିବା ମାନେ ପୋଲିସକୁ ଚ୍ୟାଲେଞ୍ଜ ଦେବା କେତେ ମହଙ୍ଗା ଦେଖିବାକୁ ବାକି ରହିଲା। ପଟ୍ଟାମୁଣ୍ଡାଇରୁ ସୂର୍ଯ୍ୟନାରାୟଣ ଦାଶଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More