କମ୍ପାନୀରେ କାମ କରାଇ ଦେବା ନାଁରେ ୫୦ହଜାର ଟଙ୍କା ଠକେଇ ଅଭିଯୋଗ

32

Get real time updates directly on you device, subscribe now.

ପାରାଦୀପ(ସଂଘର୍ଷ ମିଡିଆ ) : କମ୍ପାନୀରେ କାମ କରାଇ ଦେବା ନାଁରେ ୫୦ହଜାର ଟଙ୍କା ଠକେଇ ଅଭିଯୋଗରେ ଅଭୟଚାନ୍ଦପୁର ଥାନାରେ ଏତଲା ଦେଲେ ଯୁବକ l ସୂଚନା ଅନୁଯାୟୀ ପାରାଦୀପ ତୈଳ ବିଶୋଧାନାଗାର ଅଧୀନରେ କାର୍ଯ୍ୟରତ ମ୍ୟାକନେଲ ଇଞ୍ଜିନିଅରିଙ୍ଗ କମ୍ପାନୀରେ ନିଯୁକ୍ତି ଦେବା ପାଇଁ କତକୁଲ୍ଲା ଗ୍ରାମର ଦୁଷ୍ମନ୍ତ ସ୍ୱାଇଁଙ୍କ ଠାରୁ ମ୍ୟାକନେଲ ଇଞ୍ଜିନିଅରିଙ୍ଗ ସଂସ୍ଥାର ଜନୈକ କର୍ମଚାରୀ ସୌମ୍ୟରଞ୍ଜନ ପରିଜା 50 ହଜାର ଟଙ୍କା ନେଇଥିଲେ l ତେବେ ଟଙ୍କା ନେବାର ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଦୁଷ୍ମନ୍ତ ସ୍ୱାଇଁଙ୍କ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ମିଳିନାହିଁ l ଦୁଷ୍ମନ୍ତଙ୍କ ଅଭିଯୋଗ ଅନୁଯାୟୀ ଗରିବ ପରିବାରର ହୋଇଥିବାରୁ ପରିବାର ଚଳାଇବାକୁ ଚାକିରୀର ଆବଶ୍ୟକତା ଥିବାରୁ ଗ୍ରାମର ମହିଳା ସମିତିରୁ ଏକବର୍ଷ ତଳେ 50 ହଜାର ଟଙ୍କା ସୁଧକୁ ଆଣି ସୌମ୍ୟରଞ୍ଜନ ପରିଜାଙ୍କୁ ଦେଇଥିଲେ l ସୌମ୍ୟରଞ୍ଜନ ଟଙ୍କା ନେବାର କିଛି ଦିନ ପରେ ଏକ ଟେମ୍ପରାରି ଗେଟ ପାସରେ ଦୁଷ୍ମନ୍ତଙ୍କୁ କାର୍ଯ୍ୟରେ ଲଗାଇଥିଲେ l କିନ୍ତୁ କେଉଁ ମାସରେ 8 ଟି ଡ୍ୟୁଟି ତ କେଉଁ ମାସରେ 10 ଟି କିନ୍ତୁ ଯେଉଁ କମ୍ପାନୀରେ ନିଯୁକ୍ତି ପାଇଁ ଟଙ୍କା ଦେଇଥିଲେ ସେଠି ନିଯୁକ୍ତି ନ ମିଳିବାରୁ ଦୁଷ୍ମନ୍ତ ନିରାଶ ହୋଇ ସୌମ୍ୟରଞ୍ଜନଙ୍କୁ ସ୍ଥାୟୀ ଭାବରେ ନିଯୁକ୍ତି ଦେବାକୁ କହିଥିଲେ l ଗୋଟିଏ ପଟରେ ସୁଧ ଭାରି ହୋଇପଡୁଥିବା ବେଳେ ଅନ୍ୟପଟେ ଚାକିରୀ ନ ଥିବା ଏବଂ ସୌମ୍ୟରଞ୍ଜନଙ୍କ ପାଖରୁ ଚାକିରୀ ପାଇବା ପାଇଁ ତାଙ୍କ ଖେଳନା କଣ୍ଢେଇ ସାଜିଥିଲେ ଦୁଷ୍ମନ୍ତ ସ୍ୱାଇଁ l ଚାକିରୀ ନ ଦେଲେ ଦେଇଥିବା ଟଙ୍କା ଫେରାଇବାକୁ କହିବାରୁ ସୌମ୍ୟରଞ୍ଜନ, ରୋକଠୋକ ମନକରିଦେଇଥିଲେ ଏବଂ କିଛିଦିନ ଅପେକ୍ଷା କର ଚାକିରୀ ମିଳିବ କହିଥିଲେ l ଶେଷରେ ନିରୁପାୟ ଦୁଷ୍ମନ୍ତ ସ୍ୱାଇଁ ପତ୍ନୀଙ୍କୁ ଧରି ଅଭୟଚନ୍ଦପୁର ଥାନାରେ ଏତଲା ଦେବା ସହିତ ଥାନାଧିକାରୀଙ୍କ ଆଶ୍ରୟ ଲୋଡ଼ିଥିବା କହିଛନ୍ତି ଦୁଷ୍ମନ୍ତ ଏବଂ ତାଙ୍କ ପତ୍ନୀ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More