ପୁରୀ (ସଂଘର୍ଷ ମିଡିଆ ) : କଙ୍ଗାରୁ କୋର୍ଟର ଚରମ ନିସ୍ପତି , ମରଣାତକ ଆକ୍ରମଣର ଶିକାର ହେଲେ ଯୁବ ସାମ୍ବାଦିକ ହେମନ୍ତ କୁମାର ସାହୁ ଓ ତାଙ୍କ ସାନ ଭାଇ । କାମ ସାରି ଦୁଇ ପ୍ରହାର ସମୟରେ ଭୋଜନ କରୁଥିବା ସମୟରେ କିଛି ମୁଷ୍ଠୀମେୟ ଲୋକଙ୍କର ଆକ୍ରୋଶର ଶିକାର ହେଲେ ହେଲେ ଯୁବ ସାମ୍ବାଦିକ । ଦେଖନ୍ତୁ ସେ ସମୟର କିଛି ଝଲକ । ନିର୍ଧୂମ ପିଟିଚାଲିଛନ୍ତି କଂସେଇଙ୍କ ପରି । ଯୁବ ସାମ୍ବାଦିକ ଜଣକ ପ୍ରଥମେ କଣାସ ଡାକ୍ତରଖାନା ରେ ଭର୍ତି ହୋଇଥିଲେ , ସ୍ୱାସ୍ଥ୍ୟ ଅବସ୍ଥା ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ , ପୁରୀ ଜିଲ୍ଲା କଣାସ ବ୍ଲକର ବଡଓରା ଗ୍ରାମ ଗଡ଼ିଶାଗୋଦା ଥାନା ଅଧିନରେ ଥିବା ସୁଷମା ସାହୁଙ୍କ ପରିବାରକୁ ଦୀର୍ଘ ୧ ବର୍ଷରୁ ଉର୍ଦ୍ଧ ହେବ କଙ୍ଗାରୁ କୋର୍ଟ କରାଯାଇ ସାମାଜିକ ବାସନ୍ଦ କରାଯାଇଛି । ସେମାନେ ଥାନାର ଦ୍ୱାରାସ୍ତ ହେଲେ ମଧ୍ୟ କୋଣସି ସମାଧାନ ହୋଇନାହିଁ ଏଠି ରାଜନୈତିକ ଚାପ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ସୁଷମା ସାହୁଙ୍କ ପରିବାର । ଶିକ୍ଷିତ ସମାଜରେ ଏଭଳି ପରମ୍ପରା ବିଲୋପ ହୋଇ ଯାଇଥିବା ବେଳେ ଏଠି ଦେଖିବାକୁ ମିଳିଛି କିଛି ମୁସ୍ଥିମେୟ ଲୋକଙ୍କର ମେଳି । ଏହି ଗ୍ରାମରେ ଗୋଟେ ପରିବାରକୁ ସାମାଜିକ ବାସନ୍ଧ କରାଯିବା ଘଟଣା ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟିଛି । ଶେଷରେ ନିରୀହ ପରିବାରଟି ପୁରୀ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି । ସେଠୁ ମଧ୍ୟ ନିରାସ ହୋଇଛନ୍ତି ବୋଲି ଅଭିଯୋଗ କରନ୍ତି ସୁଷମାଙ୍କ ପରିବାର । କଙ୍ଗାରୁ କୋର୍ଟର ନିସ୍ପତି ଅନୁଯାଇ ମନ୍ଦିରକୁ ଯିବା ମନା ବୋଲି ଅଭିଯୋଗ କରନ୍ତି ପରିବାର ସଦଶ୍ୟ । ନିକଟରେ ତାଙ୍କ ଜମିରୁ କାଟିନେଲେ ବିରାଟ ବିରାଟ ଗଛ ବୋଲି ଅଭିଯୋଗ କରନ୍ତି ପରିବାର ସଦଶ୍ୟ। ଦେଖନ୍ତୁ ବଡାଲ ସରପଞ୍ଚ ବାସନ୍ଦ ପରିବାରକୁ କିପରି ଗାଳିଗୁଲଜ କରୁଛନ୍ତି । କୋଭିଡ଼ କଟକଣା ଭିତରେ ସରପଞ୍ଚ ମହୋଦୟା ଜିଲପାଳଙ୍କ କ୍ଷମତା ଅପଯୋଗ କରୁଛନ୍ତି ବୋଲି ସାଧାରଣରେ ଚର୍ଚା ହେଉଛି । ସାଧାରଣରେ ପ୍ରଶ୍ନ ଉଠେ କାହା ଇଙ୍ଗିତରେ ଚାଲିଛି ଏ କଙ୍ଗାରୁ କୋର୍ଟ । ଏଠି ପୁଲିସ ଚୁପ କଣ ପାଇଁ । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ମିଡିଆ ।