କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ ମାମଲା, କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ

86

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ବସଷ୍ଟାଣ୍ଡ ପ୍ରବେଶ ପଥ ଠାରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ ମାମଲା, କୁମ୍ଭାରପଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଏହି ଆକ୍ରମଣ ମାମଲାରେ ପୂର୍ବରୁ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଉ ଜଣଙ୍କୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଛି l ଅଭିଯୁକ୍ତ ଜଣକ ରାମଚଣ୍ଡୀ ସାହି ବାଲିଉପରର ସନିଆ ମହାପାତ୍ର 26 l ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୫ ତାରିଖ ସନ୍ଧ୍ୟାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ ଶୋଭାଯାତ୍ରା ବାହାର କରୁଥିବା ବେଳେ ବସଷ୍ଟାଣ୍ଡ ପ୍ରବେଶ ପଥଠାରେ ଦୁର୍ବୃତ୍ତ ମାନେ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଆହତ ହୋଇ ଶ୍ରୀ ରଥ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବା ସହ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ l ଏନେଇ ଥାନା ପକ୍ଷରୁ 10ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ତଦନ୍ତ ହୋଇଥିଲା। ପରେ ପୂର୍ବରୁ ରଞ୍ଜନକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ସନିଆ କୋର୍ଟ ଚାଲାଣ କରାଯାଇଥିଲା l ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଥିବା ଜଣାଯାଇଛି l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More