ଗଜପତି(ସଂଘର୍ଷ ମିଡିଆ) : –ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ଗଜପତି ଏସ୍ ପି ଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସୂଚନା ମୁତାବକ ଅଞ୍ଚଳରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଙ୍କଡ଼ାଗୁଡା ଠାରୁ ତୁମନ ରାସ୍ତାରେ ଆର ଉଦୟଗିରି ପୋଲିସ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲେ।ଏହି ସମୟରେ ଗୋଟିଏ ବୋଲେର ଓ ଦୁଇଟି ବାଇକକୁ ଅଟକ ରଖି ପୋଲିସ ତଲାସୀ ନେଇଥିଲେ।ସେମାନଙ୍କୁ ସେଠାରେ ଅଟକାଇ ରଖି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରିବାରୁ ବୋଲେରରୁ 11 ଗୋଟି ବସ୍ତାରେ 3କ୍ୟୁଣ୍ଟାଲ 85 କିଲୋ ଗଞ୍ଜେଇ ଜବତ କରିବା ସହିତ ଏଥିରେ ବ୍ୟବହୃତ ହୋଇ ଥିବା ଗୋଟିଏ ବୋଲେର, ଦୁଇଟି ବାଇକ ଓ ଦୁଇଟି ମୋବାଇଲ ଫୋନ ଜବତ କରାଯାଇଛି। ଘଟଣା ସ୍ଥଳରୁ ତିନିଜଣ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ଦେଇଛନ୍ତି ଏସ୍ ପି।ଏନେଇ ଆର ଉଦୟଗିରି ଥାନାରେ 167ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ପୋଲିସ।ତେବେ ଖୁବ ଶୀଘ୍ର ଫେରାର ହୋଇ ଥିବା ଅଭିଯୁକ୍ତ ଙ୍କୁ ଧରାଯିବ ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।।ଦୁଇ ଅଭିଯୁକ୍ତ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଗଜପତି ଆରକ୍ଷୀ ଅଧିକ୍ଷକ ଜତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଗଜପତିରୁ ବିବେକାନନ୍ଦ ବେହେରା ।