ପୁରୀ(ସଂଘର୍ଷ ମିଡିଆ) : – ବଳିଆପଣ୍ଡା ଅଞ୍ଚଳରେ ଆସିୟାନ ଆପାର୍ଟମେଣ୍ଟରେ ଜାଲିଆତି କରି ଟଙ୍କା ନେଇ ରୁମ ନଦେବା ଅଭିଯୋଗରେ ବଳିଆପଣ୍ଡା ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣଙ୍କ ବଡଦାଣ୍ଡ ମେଡିକାଲ ଛକ ନିକଟ ଗ୍ରାଣ୍ଡ ଆସିଆନ ଆପାର୍ଟମେଣ୍ଟର ଅଜୟ ଅଗ୍ରୱାଲ 42 l ଘଟଣାରୁ ପ୍ରକାଶ ଯେ ଅଭିଯୁକ୍ତ ଅଜୟ ଅଗ୍ରୱାଲ ଓ ତାଙ୍କ ପତ୍ନୀ ଉଭୟ ସିପସରୁବାଲି ମୌଜା ବଳିଆପଣ୍ଡା ଅଞ୍ଚଳରେ ଥିବା ଆସିଆନ ଆପାର୍ଟମେଣ୍ଟରେ ରୁମ ଦେବା ଲାଗି ଠକେଇ କରି ଟଙ୍କା ନେଇ ରୁମ ଦେଇନଥିଲେ l ଜାଲିଆତି କରି ଟଙ୍କା ନେଇଥିବା ନେଇ ଭୁବନେଶ୍ବର ଶହୀଦନଗରର କିରଣ ପାତ୍ର 47 ଅଭିଯୋଗ କରିଥିଲେ l ଅଭିଯୁକ୍ତ କିରଣ ପାତ୍ରଙ୍କୁ ଦେବାକୁ ଥିବା ଉକ୍ତ ରୁମକୁ 2009 ମସିହାରେ ପୂର୍ବରୁ ଜଣକୁ ବିକ୍ରୟ କରିଥିଲେ l ପରେ 2011ରେ କିରଣ ପାତ୍ରଙ୍କୁ ରୁମ ଦେବାପାଇଁ କିରଣ ପାତ୍ରଙ୍କ ନାମରେ ଭୁବନେଶ୍ୱର ସ୍ଥିତ ଆଇଡିବିଆଇ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ କରି ଅଜୟ ଅଗ୍ରୱାଲ ଆଣିଥିଲେ l ହେଲେ କିରଣ ପାତ୍ରଙ୍କୁ ରୁମ ଦେଇନଥିଲେ l କିରଣ ପାତ୍ର ଜାଣିବାକୁ ପାଉଥିଲେ ଯେ ଅଜୟ ଅଗ୍ରୱାଲ ତାଙ୍କ ଠାରୁ ଜାଲିଆତି କରି ଟଙ୍କା ନେଇଛି l ପରେ ଶ୍ରୀ ପାତ୍ର ବଳିଆପଣ୍ଡା ଥାନାରେ ଅଭିଯୋଗ କରିଥିଲେ l ପରେ ଶ୍ରୀ ପାତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ l କୋର୍ଟଙ୍କ ନିର୍ଦେଶ କ୍ରମେ ବଳିଆପଣ୍ଡା ଥାନା ପକ୍ଷରୁ ତଦନ୍ତ କରାଯାଇ ଜାଲିଆତି ମାମଲାରେ ଅଭିଯୁକ୍ତ ଅଜୟ ଅଗ୍ରୱାଲକୁ ଗିରଫ କରାଯାଇ ଆଜି ଅପରାହ୍ନ 5ଟାରେ କୋର୍ଟ ଚାଲାଣ କରାଯାଇଥିଲା l