ଅଶ୍ଳିଳ ଭିଡିଓ ଭାଇରାଲ ଘଟଣାରେ ନିଳମ୍ବିତ ହେଲେ ଶିକ୍ଷକ

43

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଶିକ୍ଷକଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଘଟଣା ସାମ୍ନାକୁ ଆସିବା ପରେ ନିଲମ୍ବିତ ହେଲେ ରସିକିଆ ଶିକ୍ଷକ। ଜଣେ ମହିଳାଙ୍କ ସହିତ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ ହେବା ପରେ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ନିଲମ୍ବନ କରିଛନ୍ତି। ନିଲମ୍ବିତ ହୋଇଥିବା ଶିକ୍ଷକ ଜଣକ ହେଲେ କୋଡ଼ବରୁଆଁ ୟୁଜିଏମଇ ସ୍କୁଲର ଶିକ୍ଷକ ସପନ କୁମାର ମିଶ୍ର। ସରକାରୀ କାର୍ଯ୍ୟରେ ଅବହେଳା ଓ ହ୍ଵାଟ୍ସଆପ ଗ୍ରୁପରେ ଜଣେ ମହିଳାଙ୍କ ସହିତ ତାଙ୍କର ଅଶ୍ଳୀଳ ଭିଡ଼ିଓ ଭାଇରାଲ ନେଇ ଆଜି ଖବର ପ୍ରସାରଣ ହୋଇଥିଲା ।ଆଜି ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି। ଏନେଇ ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇଛି ହେଲେ କୌଣସି ବିଭାଗୀୟ ଅଧିକାରୀ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More