ନରସିଂହପୁର (ସଂଘର୍ଷ ମିଡିଆ ) : କଟକ ଜିଲ୍ଲା କାନପୁର ଥାନାର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ।ଚଢ଼ାଉ ବେଳେ ବିପୁଳ ପରିମାଣର ନକଲି ମଦ ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ସୂଚନା ଅନୁଯାୟୀ କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକବାରବାଟି ଗ୍ରାମ ପଞ୍ଚାୟତର ହଟିଆପଲ୍ଲୀ ଗ୍ରାମ ନିକଟସ୍ଥ ଖେଳ ପଡିଆ ପାଖରେ ଥିବା ଏକ ପରିତ୍ୟକ୍ତ ଘରେ ନକଲି ଚୋରା ମଦ ପ୍ରସ୍ତୁତ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା ଅବକାରୀ ବିଭାଗ।କଟକ ଜିଲ୍ଲା ଅବକାରୀ ବିଭାଗ SP ଡଃ ସାନ୍ତନ୍ୟୁ ଦାସ ଏବଂ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ଅବକାରୀ ବିଭାଗର DSP ଦେବାଶିଷ ପଟେଲ ଅବକାରୀ ବିଭାଗ କର୍ମଚାରୀ ମାନଙ୍କୁ ନେଇ କାନପୁର ଥାନାର ହଟିଆପଲ୍ଲୀ ଗ୍ରାମରେ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ନକଲି ମଦ ପ୍ରସ୍ତୁତ ହେଉଥିବା ବିଭିନ୍ନ ସରଞ୍ଜାମ ସହିତ ବାକାର୍ଡି ବ୍ଲାକ 1667 ଟି ନିପ ବୋତଲ,ମାକଡୁଏଲ ରମ 336 ଟି ନିପ ବୋତଲ,କିଙ୍ଗ ଫିସର ବିଅର 192 ଟି ବୋତଲ ଜବତ କରିଥିବା ବେଳେ 200 ଲିଟର ସ୍ପିରିଟ ଜବତ କରାଯାଇଥିଲା।ଏଥି ସହିତ ଅବକାରୀ ବିଭାଗ ପାଇକବାରବାଟି ଗ୍ରାମର ର ବିଭୁତି ଭୂଷଣ ବିଶ୍ୱାଳ 22ବର୍ଷ ଓ ବଡ଼ମ୍ବା ଥାନା ଅନ୍ତର୍ଗତ ଶଙ୍ଖାମେରି ଗ୍ରାମର ମନୋଜ ରାଉତ 32 ବର୍ଷ ଙ୍କୁ ଗିରଫ କରିଛି ଅବକାରୀ ବିଭାଗ।ଜବତ ନକଲି ଚୋରା ମଦର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ହେବ ବୋଲି କହିଛନ୍ତି କଟକ ଅବକାରୀ DSP ଦେବାଶିଷ ପଟେଲ।