ଅବକାରୀ ଚଢାଉ, ୧ ଗିରଫ

15

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲାର ଜିଲ୍ଲାପାଳ ତଥା ଡଃ. କମଳ ଲୋଚନ ମିଶ୍ର ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ଥାନା ଅଧୀନ ବିଭିନ୍ନ ଗ୍ରାମରେ ବୁଧବାର ପେଟ୍ରୋଲିଂ କରି ଚଢାଉ କରାଯାଇଥିଲା | ଏହି ପେଟ୍ରୋଲିଂ ସମୟରେ ବଡନୀ ଗ୍ରାମକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅଟୋ ନଂ ଓଡି ୨୪ ବି ୭୬୩୩ ଗାଡିକୁ ଅବକାରୀ କର୍ମଚାରୀ ମାନେ ଅଟକାଇ ଯାଞ୍ଚ କରିଥିଲେ | ଯାଞ୍ଚ କରିବାରୁ ଉକ୍ତ ଅଟୋରେ ୧୮ ବସ୍ତା ମହୁଲ ରହିଥିଲା | ଏଥିରେ ପ୍ରତି ବସ୍ତାରେ ୪୦ କିଗ୍ରା ଓଜନର ମୋଟ ୭୨୦ କି.ଗ୍ରା. ମହୁଲ ଜବତ କରାଯାଇଥିଲା | ଏହା ସହ ଅଟୋ ଚାଳକ ସଲିମଧର ମାଝି (୨୪) କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏହି ଚଢାଉରେ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକ ଙ୍କ ତତ୍ତ୍ଵାବଧାନ ରେ ଡାବୁଗାଁ ଅବକାରୀ ଥାନା ଅଧିକାରୀ ନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, ଅବକାରୀ କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୬/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More