ଅବକାରୀ ଚଢ଼ାଉ,୨ ଗିରଫ

132

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଡଙ୍ଗରା ଓ ମେଞ୍ଜର ଗ୍ରାମର ୨ଜଣଙ୍କ ଘରେ ରବିବାର ଅବକାରୀ ବିଭାଗ ଚଢ଼ାଉ କରି ୨୦.୮ ଲିଟର ବିଅର ଜବତ କରିଛି । ସୂଚନାଯୋଗ୍ୟ:- ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷକ ରଞ୍ଜୁଲତା ବାରିକଙ୍କ ତତ୍ୱାବଧାନରେ ରବିବାର ଦିନ ଡାବୁଗାଁ ଥାନା ଅଧୀନ ଡଙ୍ଗରା ଗ୍ରାମର ଜଦୁରାମ ଗୌଡ ଙ୍କ ଘରେ ଚଢ଼ାଉ କରି ୭.୮ ଲିଟର ଓ ମେଞ୍ଜର ଗ୍ରାମର ଭଗବାନ ଭତ୍ରାଙ୍କ ଘରେ ଚଢାଉ କରି ୧୦ ଲିଟର ବିଅର ଜବତ କରିଥିଲା । ୨ ଜଣ ଙ୍କୁ ଗିରଫ କରି ନୋଟିସ ଦିଆଯାଇ ଛାଡି ଦିଆଯାଇଛି | ଏହି ଚଢ଼ାଉ ରେ ଡାବୁଗାଁ ଅବକାରୀ ବିଭାଗ ଉପ ନିରୀକ୍ଷକ ବୁଲୁ ପାତ୍ର, ସହ ଉପ ନିରୀକ୍ଷକ ଏସ. କେ. ପଣ୍ଡା, ସୁରେଖା ଭତ୍ରା, ଶ୍ରୀକାନ୍ତ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏନେଇ ୨ଜଣଙ୍କ ନାମରେ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୨୨୦/୨୩-୨୪ ଓ ୨୨୧/୨୩-୨୪ ରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More