ନାବାଳିକା ଯୌନ ଶୋଷଣ ଅପରାଧିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଭଦ୍ରକ ପୋକ୍ସ କୋର୍ଟ

112

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ନାବାଳିକା ଯୌନ ଶୋଷଣ ମାମାଲାର ବିଚାର କରି ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର ରାଜନୀକାନ୍ତ ନାୟକଙ୍କ ପୁତ୍ର ଜାଗା ଓରଫ ରାତିକାନ୍ତ ନାୟକ (୩୩)ଙ୍କୁ ଭାରତୀୟ ପିଙ୍ଗଳ କୋଡ଼ର ୩୭୬(୨)(ଏଫ),୩୭୬(୨) (ଏନ) ଓ ନାବାଳିକା ଯୌନ ନିର୍ଯ୍ୟାତାନା ଅପରାଧ ନିରୋଧ ଆଇନର ଦଫା ୬ ମୁତାବକ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା ଆଦେଶ ଶୁଣେଇଛନ୍ତି ଭଦ୍ରକ ସ୍ୱତନ୍ତ୍ର ପୋକ୍ସ କୋର୍ଟର ବିଚାରପତି ମୁକ୍ତି ରଞ୍ଜନ ଶତପଥୀ । ସୂଚନା ଅନୁଯାୟୀ ୧୫ ବର୍ଷର ଜନୈକା ନାବାଳିକା ଝିଅକୁ ବିବାହର ପ୍ରତିଶୃତି ଦେଇ ତା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ପରେ ବିବାହ କରିବାକୁ ମନା କରିବାରୁ ପୀଡିତା ନିଜେ ନାୟାକାଣି ଡ଼ିହି ଥାନରେ ଗତ ୨୦୧୪ ମଇ ମାସ ୧୧ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ଥାନା କେସ ନଂ ୭୩/୧୪ରେ ଏକ ମାମଲା ପୋଲିସ ରୁଜୁ କରି ରତିକାନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା. ଚାର୍ଯସିଟ ଦାଖଲ ପରେ ପିଡିତା ରତିକାନ୍ତଙ୍କ ବିରୁଦ୍ଧରେ ବୟାନ ଦେଇଥିଲେ । ମାନ୍ୟବର କୋର୍ଟ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି. ପୀଡିତାଙ୍କ ପାଇଁ ସ୍ୱତନ୍ତ୍ର ସରକାରୀ ଓକିଲ ବଟକୃଷ୍ଣ ଦାସ ମାମାଲା ପରିଚାଳନା କରୁଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More