ନବରଙ୍ଗପୁର(ସଂଘର୍ଷ ମିଡିଆ) ) ଭୁବନେଶ୍ବର ଠାରେ ଚଳିତ ମାସ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ପୂର୍ବାଞ୍ଚଳ ଏଥେଲେଟିକ୍ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳ ସଦସ୍ୟ ମାନେ ଓଡ଼ିଶା ପକ୍ଷରୁ ଖେଳି ତିନୋଟି ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ଦଳ ତରଫରୁ ଖେଳି ସଫଳତା ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ଖେଳାଳି ଏଲ୍ . ସ୍ନିଗ୍ଧା , ମହେନ୍ଦ୍ର ଶାନ୍ତା ଏବଂକୁନି ରଜଗଣ୍ଡ ପ୍ରତ୍ୟେକ ଗୋଟିଏ ଲେଖାଏଁ ରୌପ୍ୟ ପଦକ ହାସଲ କରିଛନ୍ତି। ଏଲ.ସ୍ନିଗ୍ଧା ୧୪ ବର୍ଷରୁ କମ ଟ୍ରାଇଥେଲେନ୍ ପ୍ରତିଯୋଗିତା ରେ ରୌପ୍ୟ ପଦକ, ମହେନ୍ଦ୍ର ସାନ୍ତା ୨୦ବର୍ଷରୁ କମ ୧୦୦ମିଟର ଦୌଡ ପ୍ରତିଯୋଗୀତା ରେ ରୌପ୍ୟ ସେହିପରି କୁନି ରାଜଗଣ୍ଡ ୧୪ ବର୍ଷରୁ କମ ଜେବଲିନ ଥ୍ରୋ ରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ନବରଙ୍ଗପୁର ଜିଲ୍ଲାର କ୍ରୀଡାବିତ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦଳର ସଫଳତା ନିମନ୍ତେ ଜିଲ୍ଲାପାଳ ତଥା କ୍ରିଡାସଂଘ ର ସଭାପତି ଡ. ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଧିକ୍ଷକ ମିହିର ପଣ୍ଡା, ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ତାରିକ ହାସେନ୍, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ. ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୈକୁଣ୍ଠ , କ୍ରୀଡାବିତ୍ ଏମ. ବିଜୟ କୁମାର , ଶଶାଙ୍କ ଶେଖର ବେହେରା ସମେତ ଜିଲ୍ଲାର ପ୍ରାକ୍ତନ ଏବଂ ବରିଷ୍ଠ କ୍ରୀଡାବିତ ମାନେ ଶୁଭେଚ୍ଛା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ ଦଳ ସହ କୋଚ୍ ଭାବରେ ସପନ ବୋଇରାଗି ଯାଇଛନ୍ତି।