ନୂଆଦିଲ୍ଲୀ(ଏଜେନ୍ସି) : – ଯୌନ କେଳେଙ୍କରୀ ମାମଲାରେ ଛନ୍ଦି ହୋଇଛନ୍ତି ମାଲାୟଲମ ଅଭିନେତା ଏଡାଭେଲା ବାବୁ। ସ୍ଵତନ୍ତ୍ର ତଦନ୍ତକାରୀ ଦଳ(ଏସଆଇଟି) ବୁଧବାର ତାଙ୍କୁ ଗିରଫ କରିଛି। ଜଣେ ଅଭିନେତ୍ରୀ ଏଡାଭେଲାଙ୍କ ବିରୋଧରେ ଏସଆଇଟି ନିକଟରେ ଅଭିଯୋଗ କରିଥିଲେ। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକାଧିକ ଯୌନ କେଳେଙ୍କରୀ ଅଭିଯୋଗ ସାମ୍ନାକୁ ଆସିବା ପରେ ଏସବୁର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଥିଲା। ଏସଆଇଟିରେ ରୁଜୁ ହୋଇଥିବା ମାମଲା ଆଧାରରେ ଅଭିନେତା ଏଡାଭେଲାଙ୍କୁ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି। ଅନ୍ୟପଟେ ଗିରଫ ପରେ ଏର୍ନାକୁଲମ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।