ପୁରୀ ବଜାରକୁ ଆସିଲା ନୂଆ ବାଇକ୍ ‘ଏକ୍ସଟ୍ରିମ୍ ୧୨୫ ଆର୍‌

153

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) :- ହିରୋ ମୋଟୋକର୍ପର ନୂଆ ବାଇକ୍ ‘ଏକ୍ସଟ୍ରିମ୍ ୧୨୫ ଆର୍‌?’ ପୁରୀ ବଜାରକୁ ପ୍ରବେଶ କରିଛି । ଏଥିପାଇଁ ସ୍ଥାନୀୟ ଟାଉନ ହଲ୍ ଛକସ୍ଥିତ ହିରୋ ମୋଟୋକର୍ପର ଅଧିକୃତ ଶୋ’ରୁମ୍ ସଞ୍ଜୀବ ହିରୋ ପକ୍ଷରୁ ବେଳାଭୂମିରେ ସ୍ୱତନ୍ତ୍ର ଭାବେ ଉନ୍ମୋଚନ ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ ଅମିତ ମଲ୍ଲିକ ଏହି ନୂଆ ବାଇକ୍‌କୁ ଉନ୍ମୋଚନ କରାଇଥିଲେ । ଏହି ଅବସରରେ ଶୋ’ରୁମ୍ ମ୍ୟାନେଜର ବିସ୍ମୟ ପରିଡ଼ା ଉପସ୍ଥିତ ଥିଲେ । ବାଇକ୍ ପ୍ରତି ଚାଳକଙ୍କ ଆଗ୍ରହକୁ ନଜରରେ ରଖି ହିରୋ ମୋଟକର୍ପ ଜବରଦସ୍ତ ଫିଚର ସହ ‘ଏକ୍ସଟ୍ରିମ୍ ୧୨୫ ଆର୍‌’କୁ ବଜାରକୁ ଛାଡିଛି । ଏହାର ଡିଜାଇନ ବେଶ୍ ଆକର୍ଷଣୀୟ ଏବଂ ସ୍ପ?ର୍ଟିଂ କ୍ୟାରେକ୍ଟର ଫ୍ୟୁଚରଷ୍ଟିକ୍ ଷ୍ଟ୍ରକ୍‌ଚର ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ । ଏଥିରେ ବୃହତ୍ ଏବଂ ଚଉଡା ଟାୟାର, କମ୍ପାକ୍‌?ଟ ଏଲଇଡି ହେଡ୍ ଲ୍ୟାମ୍ପ, ରିଅର ମନୋଶକ୍‌, ୟୁଏସ୍‌ବି ଚାର୍ଜର, ଏଲ୍‌ସିଡି ଡିସ୍‌ପ୍ଲେ, ମୋବାଇଲ ଚାର୍ଜିିଂ, ଏଲ୍‌ଇଡି ୱିଙ୍କରସ୍ ଡିଜାଇନ ଭଳି ବହୁ ଫିଚର ରହିଛି । ଏହା ୩ଟି ସ୍ପୋର୍ଟିଂ ରଙ୍ଗ (ନୀଳ, କଳା ଓ ନାଲି)ରେ ଉପଲବ୍ଧ । ଏହାର ଏକ୍ସ ଶୋ ରୁମ୍ ମୂଲ୍ୟ ୯୮,୦୦୬ ଟଙ୍କା ରହିଛି । ଯୁବବର୍ଗଙ୍କ ମଧ୍ୟରେ ବାଇକ୍ ପ୍ରତି ଆଗ୍ରହ ବଢୁଛି । ବିଶେଷକରି ସେମାନେ ଯେଉଁଭଳି ବାଇକ୍ ପସନ୍ଦ କରିଥାନ୍ତି ଏକ୍ସଟ୍ରିମ୍ ୧୨୫ ଆର୍ ସେହିଭଳି ଫିଚର୍ ସହ ବଜାରକୁ ଆସିଛି । ନିଶ୍ଚିତ ପୁରୀ ବଜାରରେ ଏହି ବାଇକ୍ ସମସ୍ତଙ୍କ ଆକର୍ଷଣ ରହିବ ବୋଲି ସଞ୍ଜୀବ ହିରୋର ପରିଚାଳନା ନିର୍ଦ୍ଦେଶକ ଅମିତ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More