ହରିଚନ୍ଦନପୁର(ସଂଘର୍ଷ ମିଡିଆ ) :-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ନେଇ ଆଜି ୫ ଦଫା ଦାବିରେ ଡାକ୍ତରଖାନା ସମ୍ମୁଖରେ ଅନଶନରେ ବସିଲେ ବିଜେପି କର୍ମୀ ମାନେ । ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଧନୁର୍ଜୟ ସିଦ୍ଧୁଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ଡାକ୍ତରଖାନାରେ ସ୍ଥାୟୀ ଇନଚାର୍ଜ୍ , ଆବଶ୍ୟକ ଡାକ୍ତର ପଦବୀ ପୂରଣ , କୋଭିଡ – ୧୯ , ଦମନ , ଆର କେ ଏସ ଓ ଏମ ଏଚ ୟୁର ସମ୍ପୂର୍ଣ୍ଣ ହିସାବ , ଷ୍ଟାଫନର୍ସମାନେ ୟୁନିଫର୍ମ ସହିତ ସମୟାନୁସାରେ କାମ କରିବା , ଏହି ଡାକ୍ତରଖାନାରେ ଶବ ବୁହା ଗାଡ଼ି ଯୋଗାଇ ଦେବା ସହ ଶବ ବ୍ୟବଚ୍ଛେଦ ଗୃହ ସ୍ଥାପନ , ଜରୁରୀ କାଳୀନ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କ୍ୱାର୍ଟର ପ୍ରଦାନ ଦାବିରେ ଅନଶନରେ ବସିଛନ୍ତି ।ଏହି ଦାବି ଗୁଡିକ ପୂରଣ ନହେବା ପର୍ଯ୍ୟନ୍ତ କର୍ମୀମାନେ ଅନଶନରେ ବସିବେ ବୋଲି ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ – ଏହି ଡାକ୍ତରଖାନରେ ମେଡ଼ିସିନ , ସ୍ତ୍ରୀ ଓ ପ୍ରସୂତି , ସର୍ଜିକାଲ ଓ ଶିଶୁ ବିଶେଷଜ୍ଞ ଡାକ୍ତରଙ୍କ ସମେତ ୧୨ ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ଅଛନ୍ତି ମାତ୍ର ଦୁଇଜଣ ( ଶିଶୁ ବିଶେଷଜ୍ଞ ଙ୍କ ସମେତ ଅନ୍ୟ ଜଣେ ) ଡାକ୍ତର । ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ହେବା ପାଇଁ ପ୍ରତିଦିନ ଏକ ଶହରୁ ଉର୍ଦ୍ଧ୍ବ ରୋଗୀ ଆସୁଛନ୍ତି। ଏହି ଅନଶନରେ ବ୍ରାହ୍ମଣୀପାଳ ମଣ୍ଡଳ ସଭାପତି ହୃଷିକେଶ ମହାନ୍ତ , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅନନ୍ତ ଚରଣ ସାହୁ , ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦୀପ କୁମାର ପଣ୍ଡା , ସରପଞ୍ଚ ରାଜେଶ ଗାଗାରାଇ , ଅଭୟ କୁମାର ରଥ , ପନ୍ଥ ପ୍ରସାଦ ଗାଗାରାଇ , ଶିରିଶ ଚନ୍ଦ୍ର ମହାନ୍ତ , ପଞ୍ଚାନନ ସାହୁ , ଶୁକଦେବ ମହାନ୍ତ , ଗଣେଶ ସାହୁ , ଭାଲୁ ବେଜ , ରମେଶ ସାହୁ , ଜୟନ୍ତୀ ନାଏକ , ଗଦାଧର ମହାନ୍ତ , ତପନ କୁମାର ସାହୁ ,ପ୍ରଶାନ୍ତ ସାହୁ , ଗଣେଶ ମହାକୁଡ଼ ପ୍ରମୁଖ ବସିଛନ୍ତି।