ମାଲକାନଗିରି(ସଂଘର୍ଷ ମିଡିଆ) : – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ୱାଭିମାନଅଞ୍ଚଳ ଧୂଳିପୁଟ ପଞ୍ଚାୟତର ମଣ୍ଡାପାଲି ଛକରୁ ଜୁମଡାଙ୍ଗ ପର୍ଯନ୍ତ ବିଜେଡ଼ିର ଏକ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ସେଠାରେ ଜିଲ୍ଲାପରିଷଦ ଅଧକ୍ଷା ସମାରିତାଙ୍ଗୁଲୁ ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଏମପି ପ୍ରତିନିଧି ମଦନ ଖସଲା, ଏନଏସି ସଭାପତି ମଙ୍ଗଳା ପାଙ୍ଗି, ବରିଷ୍ଠ ବିଜେଡି କର୍ମୀ ତପନ ସାହା ,ପିତାମ୍ବର ଖେମୁଡୁ, ବିଧାୟକଙ୍କ ପ୍ରତିନିଧି ସମନାଥ ବାର୍ଷେ ,କମଳୁ ହନ୍ତାଳ ସମେତ ମଣ୍ଡାପାଲି ଜୁମଡାଙ୍ଗ କଟେ ଦୂରବନ୍ଧ ଓ ଆଖ ପାଖ ସ୍ୱାଭିମାନ ଅଞ୍ଚଳବାସୀ ଶହ ଶହ ସଂଖ୍ୟାରେ ଯୋଗ ଦେଇଥିଲେ । ଜୁମଡାଙ୍ଗ ଗ୍ରାମଠାରୁ ମଣ୍ଡାପାଲି ପର୍ଯ୍ୟନ୍ତ ଜନସମ୍ପର୍କ ପଦଯାତ୍ରା ଆରମ୍ବ କରାଯାଇ ଥିଲା ଓ ସେଠାରେ ଏକ ସଭାକରାଯାଇଥିଲା । ସେଠାରେ ଅଞ୍ଚଳବାସୀ ଜିଲ୍ଲାପରିଷଦ ଅଧକ୍ଷାଙ୍କୁ ଓ ବ୍ଲକ ଅଧକ୍ଷାଙ୍କୁ ନିଜ ଅଞ୍ଚଳର ସମସ୍ଯା ଗୁଡିକର ଦାବିପତ୍ର ଜଣାଇଥିଲେ । ତେଣୁ ସମାରି ତାଙ୍ଗୁଲୁ ଜିଲ୍ଲା ଅଧକ୍ଷା ଏହି ଅଞ୍ଚଳରେ ନବୀନ ସରକାରଙ୍କ ଦ୍ୱାରା ବର୍ତ୍ତମାନ ଶିକ୍ଷା ସ୍ୱାସ୍ଥ୍ୟ ପାନୀୟଜଳ ରାସ୍ତା ଇତ୍ୟାଦି ଦ୍ରୁତଗତିରେ ନିର୍ମାଣ କରାଯାଉଛି , ଆଗାମୀ ଦିନରେ ଆହୁରି ସମସ୍ୟାଗୁଡିକ ଦୁରକରାଯାଇପାରିବ ବୋଲି ପ୍ରତିଶୃତି ଦେଇଥିଲେ । ମାଲକାନଗିରିରୁ ଅବଦୁଲ ଗାନିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।