ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

20

Get real time updates directly on you device, subscribe now.

ଏରସମା(ସଂଘର୍ଷ ମିଡିଆ) : ଗତବର୍ଷ ସେପ୍ଟେମ୍ବର ମାସ ୧୩ରୁ ତିନିଦିନ ଧରି ରାଜ୍ୟର ସର୍ବାଧିକ ରେକର୍ଡ ପରିମାଣର ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।ଚାଷବାସ ଉଜୁଡି ଯାଇଥିବା ବେଳେ ବର୍ଷେ ବିତିଗଲା ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କୁ ମିଳିଲାନାହିଁ କ୍ଷତିପୂରଣ।ଏହାକୁ ନେଇ ଏକାଧିକ ବାର ଆନ୍ଦୋଳନକୁ ଓହ୍ଲାଇବା ପରେ ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନନେବାରୁ ଆଜି ଅଖିଳ ଭାରତ କୃଷକ ସଭା ଏରସମା ଶାଖା ଓ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଆମରଣ ଅନଶନ ଆରମ୍ଭ ହୋଇଛି।ଅଖିଳ ଭାରତ କୃଷକ ସଭା ଏରସମା ବ୍ଲକ ସଭାପତି ଦାମୋଦର ବେହେରା, ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ସିପିଆଇ ନେତା ଅଭିଜିତ ସାହୁ,ରାମଚନ୍ଦ୍ର ମୁଦୁଲି ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ ବାମପନ୍ଥୀ ସମର୍ଥକ ଏରସମା ଅଞ୍ଚଳରେ ପ୍ରତିବାଦ ଶୋଭାଯାତ୍ରା କରିବା ସହ ଏରସମା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବିଗତ ଦିନରେ ଚାଷୀ,ଭାଗଚାଷୀ ଓ ଚାଷର ସୁରକ୍ଷା ପାଇଁ ଆନ୍ଦୋଳନ କରାଯାଇଥିବା ବେଳେ ଗତବର୍ଷ ଲଗାଣବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରି ଅନଶନ କରାଯାଇଛି।ସିପିଆଇ ନେତା ଅଭିଜିତ ସାହୁଙ୍କ ସହ ଅନ୍ୟ ପାଞ୍ଚଜଣ ଆମରଣ ଅନଶନ ଜାରି ରଖିଛନ୍ତି।ଯେ ପର୍ଯ୍ୟନ୍ତ ସରକାର ବା ପ୍ରଶାସନ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ନଦେଇଛନ୍ତି ସେ ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ ବୋଲି ସିପିଆଇ ନେତା ଅଭିଜିତ ସାହୁ ଓ ଅଖିଳ ଭାରତ କୃଷକ ସଭାର ସଭାପତି ଶଶୀଭୂଷଣ ସ୍ୱାଇଁ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More