ସିନାପାଲି ବ୍ଲକର ୧୨ ନମ୍ବର ଜୋନରେ ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ

18

Get real time updates directly on you device, subscribe now.

ନୂଆପଡା (ସଂଘର୍ଷ ମିଡିଆ) : -ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ଗୁରୁତ୍ବପୁର୍ଣ୍ଣ ୧୨ ନମ୍ବର ଯୋନ ରେ ବିଜେଡି ତରଫରୁ ଲମ୍ବୋଦର ନିଆଲଙ୍କ ନେତୃତ୍ୱ ରେ ବିଶାଳ ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ କୁସୁମଯୋର ଗ୍ରାମପଞ୍ଚାୟତ ସ୍ଥିତ କସେଇପାଣି ଗ୍ରାମ ଠାରୁ ପଦଯାତ୍ରା ଆରମ୍ଭ ହୋଇଥିଲା। ଏହି ଅବସର ରେ ନବିନ ସରକାରଙ୍କ ସମସ୍ତ ଜନହିତକାରୀ ଯୋଜନା ବାବଦରେ ଲୋକ ଙ୍କୁ ଅବଗତ କରାଯାଇ କିପରି ଭାବରେ ତାର ସୁଫଳ ଲୋକେ ପାଇପାରିବେ ତାର ସୁଚନା ଲୋକ ଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜ଼ିଲ୍ଲା ସହ ପର୍ଯ୍ୟବେକ୍ଷକ ହରେକୃଷ୍ଣ ସଢଙ୍ଗୀ, ଜିଲ୍ଲାପରିଷଦ ସଦସ୍ୟ ପୁଷ୍ପାଞ୍ଜଳି ଗୁଆଲ, କୁସୁଯୋର ପଞ୍ଚାୟତ ସରପଞ୍ଚ ଉଦିତ ପ୍ରତାପ ଜ୍ୟୋତି, ଭରୁଆମୁଣ୍ଡା ପଞ୍ଚାୟତ ସରପଞ୍ଚ ବିରଞ୍ଚି ଜଗତ, କୈଳାଶ ଜଗତ, ଜଳଧର ଘିଭଲା, ଯୀଶୁରାମ ବୈଠାରୁ, ଗଜମୋହନ ପ୍ରଧାନ, ଦେବେନ୍ଦ୍ର ନାଏକ, କେଶବ ରାଉତ, ଛାତ୍ର ସଭାପତି ଅମିତ ସିଂହ ଦେଓ, ନିର୍ବାଚନ ମଣ୍ଡଳୀ ସଭାପତି ମହେନ୍ଦ୍ର ସୁନାନୀ, ଯୁବ ନିର୍ବାଚନ ସଭାପତି ଟିଟୁ ପାଣ୍ଡେ, ସିନାପାଲି ବ୍ଲକ ସମ୍ପାଦକ ଦୈତାରୀ ମେହେର, ବ୍ଲକ ମହିଳା ସଭାପତି ମନ୍ଦାକିନୀ ବଘେଲ, ସୁରେଶ ମାଝି, ହେମରାଜ ରଣା ହେରମ୍ବ ବାଗ, ସୂର୍ଯ୍ୟ ପ୍ରକାଶ ସିଂ ବାବୁ, ଅଶୋକ ବୈଠାରୁ, ରାମେଶ୍ବର ମାଝି, ହିମାଂଶୁ ହଂସ, ନୀଳାମ୍ବର ହଂସ, ଦେବସିଂତେଜି ସମେତ ଅନେକ ଯୋଗଦେଇଥିଲେ। ଏହି ପଦଯାତ୍ରା କୁସୁମଯୋର ପଞ୍ଚାୟତ, ଝାରବନ୍ଧ, ଖଇରପଦର, କେନ୍ଦୁମୁଣ୍ଡା, ନୁଆମାଳ ପଡ଼ା, କରଣବାହଲି, ନଙ୍ଗଲବୋର୍ଡ, ଘାଟମାଳ ପଞ୍ଚାୟତ ଅନ୍ତର୍ଗତ ୧୨ ନମ୍ବର ଜୋନର ବିଭିନ୍ନ ଗାଁ ପରିକ୍ରମା କରି ଲୋକ ମାନଙ୍କ ସହ ଆଲୋଚନ କରି ସରକାରଙ୍କ ଜନହିତକର କାର୍ଯ୍ୟ କ୍ରମ ଉପରେ ଲୋକ ମାନଙ୍କ ନିକଟରେ ପହଞ୍ଚିଥିଲେ। ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More